କ୍ୟାନସର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଜଣ ଗବେଷକଙ୍କୁ ମେଡିସିନରେ ନୋବେଲ ପୁରସ୍କାର

Published By : Prameya-News7 Bureau | October 01, 2018 IST

ଷ୍ଟକହୋମ ୧|୧୦: ୨୦୧୮ ମସିହା ପାଇଁ ମେଡିସିନରେ ନୋବେଲ ପୁରସ୍କାର ଘୋଷଣାହୋଇଛି । ପୁରସ୍କାର ଘୋଷଣା କରିଛି ନୋବେଲ ପୁରସ୍କାର କମିଟି । ୟୁନାଇଟେଡ୍ ଷ୍ଟେଟର ଜେମ୍ସ ପି.ଆଲିସନ ଏବଂ ଜାପାନର ତାସୁକୁ ହୋଞ୍ଜୋଙ୍କୁ ମିଳିତଭାବେ ମିଳିବ ଏହି ପୁରସ୍କାର । କ୍ୟାନସର ଚିକିତ୍ସା ପାଇଁ ଉଭୟ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଜେମ୍ସ ପି.ଆଲିସନ ଏବଂ ତାସୁକୁ ହୋଞ୍ଜୋ ଅଲଗା ଅଲଗା କାମ କରିନ୍ତି । ସେମାନେ ଦେଖାଇଛନ୍ତି ଯେ, ପ୍ରତିରକ୍ଷା ପ୍ରଣାଳୀର ଟି-କୋଷିକା ଉପରେ କେତେକ ପ୍ରୋଟିନ୍ ବ୍ରେକ୍ ଭାବେ କାର୍ଯ୍ୟ କରିଥାନ୍ତି । ଯାହା ଦ୍ବାରା କ୍ୟାନସରର କୋଷିକା ଉପରେ ଆକ୍ରମଣ କରିବାର କ୍ଷମତା ସୀମିତ ହୋଇଥାଏ ଏବଂ ସେହି ପ୍ରୋଟିନ୍ କୁ ଚପାଇବା ପାଇଁ ଶରୀର କ୍ୟାନସର ସହ ଲଢିବା କ୍ଷମତା ବଦଳିଯାଇପାରେ । ଡା. ହୋଞ୍ଜୋ କ୍ୟୁଟୋ ବିଶ୍ବବିଦ୍ୟାଳୟରେ ଏବଂ ଡା. ଆଲିସନ ବର୍କେଲିର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଏବଂ ନ୍ୟୁୟର୍କରେ ମେମୋରିଆଲ ସ୍ଲୋନ କେଟେରିଂ କ୍ୟାନସର ସେଣ୍ଟରରେ କ୍ୟାନସର ଚିକିତ୍ସାରେ ଶଲ୍ୟ ଚିକିତ୍ସା, ବିକିରଣ ଏବଂ କେମୋ ଥେରାପିରେ ସାମିଲ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.