କମୁଛି କରୋନା ପ୍ରକୋପ, ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୦୧୫ ଆକ୍ରାନ୍ତ

Published By : Prameya-News7 Bureau | October 28, 2020 IST

ଭୁବନେଶ୍ଵର ୨୮।୧୦: ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ କମିବାରେ ଲାଗିଛି। ଅକ୍ଟୋବର ପହିଲାରୁ ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛନ୍ତି। ଗତ କିଛି ଦିନ ହେବ ଦୈନିକ ନୂତନ ଆକ୍ରନ୍ତ ସଂଖ୍ୟା ୨୦୦୦ରୁ କମ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୪୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟକାରୀଙ୍କ ସଂଖ୍ୟା ୨, ୭୦, ୧୩୦କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ କରି ବୁଧବାର ଏହାର ସୂଚନା ଦିଆଯାଇଛି।

wp:html /wp:html

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନୁଗୁଳ ଜିଲ୍ଲାରୁ ୨୧୮, କଟକରୁ ୧୩୫, ବାଲେଶ୍ଵରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ ୮୧, କେନ୍ଦୁଝରରୁ ୭୫, ପୁରୀରୁ ୬୯, କେନ୍ଦ୍ରାପଡାରୁ ୬୫, ବଲାଙ୍ଗୀରରୁ ୬୪, ଭଦ୍ରକରୁ ୬୩, ନୂଆପଡାରୁ ୬୨, ନବରଙ୍ଗପୁରରୁ ୬୦, ଢେଙ୍କାନାଳରୁ ୫୬, ସୋନପୁରରୁ ୪୭, ବରଗଡରୁ ୪୬, କଳାହାଣ୍ଡିରୁ ୪୪ କୋଭିଡ୍-୧୯ ପଜିଟିଭ୍ କରୋନା ମୁକ୍ତ ହୋଇଛନ୍ତି।

wp:html /wp:html

ସେହି ପରି ଝାରସୁଗୁଡାରୁ ୪୨, ନୟାଗଡରୁ ୩୭, ସମ୍ଵଲପୁରରୁ ୩୬, କନ୍ଧମାଳରୁ ୩୪, ସୁନ୍ଦରଗରଡୁ ୨୬, କୋରାପୁଟରୁ ୨୫, ଗଞ୍ଜାମରୁ ୨୪, ମାଲକାନଗିରିରୁ ୨୩, ବୌଦ୍ଧରୁ ୨୧, ଦେବଗଡରୁ ୯, ଗଜପତିରୁ ୯ ଓ ରାୟଗଡା ଜିଲ୍ଲାରୁ ୬ ଜଣ କରୋନା ରୋଗରୁ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ  ଆଉ ୧୫୪୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୫, ୪୮୨ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୨ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୮୪ରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.