ନିର୍ଭୟା ମାମଲା : ଶୁଣାଣି ଶେଷ, ଦିନ ୧ଟାରେ ଆସିପାରେ ରାୟ

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ ୧୮।୧୨: ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ରିଭ୍ୟୁ ପିଟିସନର ଶୁଣାଣି ଶେଷ । ମାମଲାରେ ମୃତ୍ୟୁ ଦଣ୍ଡ ପାଇଥିବା ଅକ୍ଷୟ କୁମାର ସିଂ ପୁନର୍ବିଚାର ଆବେଦନ କରିଥିଲେ । ପ୍ରଧାନ ବିଚାରପତି ମାମଲାରୁ ଓହରିବା ପରେ ବିଚାରପତି ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ନୂତନ ଖଣ୍ଡପୀଠ ଶୁଣାଣି । ଖଣ୍ଡପୀଠର ଥିବା ଅନ୍ୟ ସଦସ୍ୟ ହେଲେ ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ବୋପନ୍ନା । 

ନିର୍ଭୟାଙ୍କ ସାଙ୍ଗ ପଇସା ନେଇ ଇଣ୍ଟରଭ୍ୟୁ ଦେଇଛନ୍ତି । ଏହି ମାମଲାରେ ସାକ୍ଷୀ ସନ୍ଦେହ ଘରରେ ରହୁଛନ୍ତି । ଏହି ମାମଲାରେ ଅକ୍ଷୟ ନୀରିହ ବୋଲି ଅକ୍ଷୟ ଅକ୍ଷୟର ଓକଲି ଏ.ପି ସିଂହ ଯୁକ୍ତ ରଖିଛନ୍ତି ।  ତେବେ ଦୋଷୀଙ୍କ ପ୍ରତି କୌଣସି ସହାନୁଭତି ଦେଖାଇବା ଆବଶ୍ୟକ ନାହିଁ । ଦୋଷୀଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସଲିସିଟର ଜେନେରାଲ କୋର୍ଟରେ ପକ୍ଷ ରଖିଛନ୍ତି । ଉଭୟ ପକ୍ଷଙ୍କୁ ଶୁଣିବା ପରେ ଦିନ ୧ଟାରେ ଫଇସଲା ଶୁଣାଇବେ ସୁପ୍ରିମକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.