୨୦୧୧ ବିଶ୍ୱକପ୍ ଫାଇନାଲରେ ଦୁଇଥର ପଡିଥିଲା ଟସ୍, ୯ ବର୍ଷ ପରେ କାରଣ କହିଲେ ସାଙ୍ଗକରା

Published By : Prameya-News7 Bureau | May 29, 2020 IST

ମୁମ୍ବାଇ, ୨୯|୦୫: ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗକରା ୯ ବର୍ଷ ପରେ ୨୦୧୧ ବିଶ୍ୱକପ ଫାଇନାଲର ଏକ ବଡ ଗୁମର ଖୋଲିଛନ୍ତି । ଏହି ଫାଇନାଲ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିଲା । ଶ୍ରୀଲଙ୍କା ଏହି ମ୍ୟାଚରେ ପରାସ୍ତ ହେବା ସହ ଭାରତ ବିଶ୍ୱ ଚାମ୍ପିଅନ ହୋଇଥିଲା । ତେବେ ଏହି ମ୍ୟାଚରେ ଦୁଇ ଥର ଟସ୍ ପଡିଥିଲା । ଭାରତୀୟ ବୋଲର ଆର ଅଶ୍ୱୀନ ଓ ସାଙ୍ଗକରା ଲାଇଭ୍ ଚାଟ୍ ବେଳେ ଏହି କଥା ସାମ୍ନାକୁ ଆସିଛି ।  

{"id":277950,"width":697,"height":538,"sizeSlug":"large"}

ଅଶ୍ୱୀନ ମ୍ୟାଚରେ ଟସକୁ ନେଇ ସୃଷ୍ଟି ହୋଇଥିବା ଭ୍ରମ ବାବଦରେ ସାଙ୍ଗକରାଙ୍କୁ ପ୍ରଶ୍ନ କରିଥିଲେ । ଏହି ମ୍ୟାଚରେ ସାଙ୍ଗକରା ପ୍ରଥମେ ଟସ୍ ଜିତିବା ସହ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ସାଙ୍ଗକରା କହିଛନ୍ତି ଯେ, ମ୍ୟାଚ୍ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ଷ୍ଟାଡିୟମରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ । ଶ୍ରୀଲଙ୍କା ଖେଳାଳି ଆଗରୁ କେବେ ଏତେ ଦର୍ଶକ ଦେଖିନଥିଲେ । ସେ ଟସ୍ ପାଇଁ କହିଥିଲେ କିନ୍ତୁ ଭାରତର ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁଣିପାରି ନଥିଲେ । ଏହାପରେ ଧୋନୀ ତାଙ୍କୁ ଟେଲ୍ କହିଛ କି ବୋଲି ପଚାରିଥିଲେ । ସେହି ସମୟରେ ସେ ଟେଲ୍ ନୁହେଁ ହେଡ୍ କହିଥିଲେ ।

ସେହି ସମୟରେ ମ୍ୟାଚ ରେଫରୀ ଶ୍ରୀଲଙ୍କା ଟସ୍ ଜିତିଥିବା କହିଥିଲେ । କିନ୍ତୁ ଧୋନୀ ଏହାକୁ ଖଣ୍ଡନ କରିଥିଲେ । ତେଣୁ ପୁଣି ଥରେ ଟସ୍ ପକାଯାଇଥିଲା ଓ ଶ୍ରୀଲଙ୍କା ଟସ୍ ଜିତିଥିଲା । ତେବେ ଯଦି ଭାରତ ଟସ୍ ଜିତିଥାନ୍ତା ତେବେ ପ୍ରଥମେ ବ୍ୟାଟିଂ କରିଥାନ୍ତା ।

ସାଙ୍ଗକରା ଆହୁରି କହିଛନ୍ତି ଯେ, ସେ ଯେତେବେଳେ ବିଶ୍ୱକପ କଥା ମନେପକାନ୍ତି ତେବେ ଏହି ଘଟଣା ସବୁଠାରୁ ଅଧିକ ନଜର ଆସିଥାଏ । ଆଉ କେହି କ୍ୟାଚ୍ ଛାଡିବା ଓ ବ୍ୟାଟିଂ ବାବଦରେ ଆଲୋଚନା କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.