୨୦୧୧ ବିଶ୍ୱକପ୍ ଫାଇନାଲ : ଫିକ୍ସିଂ ଅଭିଯୋଗ ମିଛ, ତଦନ୍ତ ବନ୍ଦ କଲା ପୋଲିସ

Published By : Prameya-News7 Bureau | July 03, 2020 IST

କଲୋମ୍ବୋ, ୦୩|୦୭ : ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀ ମହିଦାନନ୍ଦ ଅଲଥଗାମାଗେ ୨୦୧୧ ବିଶ୍ୱକପ ଫାଇନାଲରେ ଆଣିଥିବା ଫିକ୍ସିଂ ଅଭିଯୋଗରେ ପୋଲିସକୁ କୌଣସି ପ୍ରମାଣ ମିଳିନାହିଁ । ଯେତେବେଳେ ଏହି ଅଭିଯୋଗ ଆସିଥିଲା ସମସ୍ତେ ଚକିତ ହୋଇପଡିଥିଲେ । କିନ୍ତୁ ଏହି ଅଭିଯୋଗ ଏବେ ମିଛ ପ୍ରମାଣିତ ହେବାକୁ ବସିଛି ।

୨୦୧୧ ବିଶ୍ୱକପ ଫାଇନାଲରେ ଶ୍ରୀଲଙ୍କା ଭାରତଠାରୁ ପରାସ୍ତ ହୋଇଥିଲା । ଏହି ମ୍ୟାଚ୍ ଫିକ୍ସ ଥିଲା ବୋଲି ତତ୍କାଳୀନ ଖେଳମନ୍ତ୍ରୀ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗର ତଦନ୍ତ କରୁଥିବା ପୋଲିସ ଅଧିକ୍ଷକ ଜଗତ ଫୋନସେକା କହିଛନ୍ତି ଯେ, ତଦନ୍ତ ଶେଷ ହୋଇଛି । କୁମାର ସାଙ୍ଗକରା ଓ ମହେଲା ଜୟବର୍ଦ୍ଧନେଙ୍କ ବୟାନ ରେକର୍ଡ ହୋଇଛି । ଫିକ୍ସିଂକୁ ନେଇ କୌଣସି ପ୍ରମାଣ ମିଳିନାହିଁ । ଅଭିଯୋଗର ସତ୍ୟତା ନାହିଁ ।

ତଦନ୍ତକାରୀ ଅଧିକାରୀ ସେହି ସମୟର ମୁଖ୍ୟ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କ ସମେତ ଫାଇନାଲ ଦଳର ଅଧିନାୟକ ଥିବା କୁମାର ସାଙ୍ଗକରା, ଉପୁଲ ଥରଙ୍ଗା ଓ ମହେଲା ଜୟବର୍ଧନେଙ୍କୁ ଜେରା କରିଥିଲେ । ଫାଇନାଲ ଟିମରେ ହଠାତ କାହିଁକି ପରିବର୍ତ୍ତନ କରାଯାଇଥିଲା ଏହି ତିନି ଖେଳାଳି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.