ବିଶ୍ୱକପ୍ ଫିକ୍ସିଂ ବିବାଦ: ଡି ସିଲଭାଙ୍କୁ ୬ ଘଣ୍ଟା ଜେରା, ଉପୁଲ ଥରଙ୍ଗା ଓ ସାଙ୍ଗକରାଙ୍କୁ ସମନ୍

Published By : Prameya-News7 Bureau | July 01, 2020 IST

କଲୋମ୍ବୋ, ୦୧|୦୭:  ଶ୍ରୀଲଙ୍କା କ୍ରିକେଟ ଦଳର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କୁ  ଦୁର୍ନୀତି ଅଭିଯୋଗେ ପଚରାଉଚରା କରାଯାଇଛି । ଏନେଇ ଦୁର୍ନୀତି ନିବାରଣ ବିଭାଗର ମୁଖ୍ୟ ଜଗତ୍ ଫୋନସେକା କହିଛନ୍ତି । ସିଲଭାଙ୍କୁ ଦୀର୍ଘ ୬ ଘଣ୍ଟା ଧରି ଜେରା କରାଯାଇଥିଲା । ଶ୍ରୀଲଙ୍କାର ପୂର୍ବତନ ଖେଳମନ୍ତ୍ରୀ ୨୦୧୧ ବିଶ୍ୱକପ୍ ଫାଇନାଲରେ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିବା ପରେ ସିଂହଳ ବୋର୍ଡ ତତ୍ପରତା ପ୍ରକାଶ କରିଛି ।

 ଏହାସହ ପୂର୍ବତନ ଖେଳାଳି ତଥା ୨୦୧୧ ବିଶ୍ୱକପ ଟିମ୍ ସଦସ୍ୟ ଉପଲ ଥରଙ୍ଗାଙ୍କୁ ମଧ୍ୟ ସମନ୍ ଜାରି କରାଯାଇଛି । ଏହାସହ ତତ୍କାଳୀନ ଅଧିନାୟକ କୁମାର ସାଙ୍ଗକରାଙ୍କୁ ମଧ୍ୟ ଗୁରୁବାର ସୁଧା ସମନ ଜାରି କରାଯାଇଛି ।

{"id":294520,"width":698,"height":582,"sizeSlug":"large"}

ଗଣମାଧ୍ୟମକୁ ଫୋନସେକୋ କହିଛନ୍ତି ଯେ, ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି । ପ୍ରଥମେ ସେତେବେଳର ମୁଖ୍ୟ ଚୟନକର୍ତ୍ତାଙ୍କୁ ଜେରା କରାଯାଇଛି । ଗୁରୁବାର ଥରଙ୍ଗାଙ୍କ ବୟାନ ରେକର୍ଡ କରାଯିବ । ଏପରିକି ଗୁଇନ୍ଦା ରିପୋର୍ଟ ଆଧାରରେ ତଦନ୍ତ ହେଉଛି ।

ଥରଙ୍ଗା ୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚରେ ଓପନିଂ କରିଥିଲେ । ସେ ୨୦ଟି ବଲର ସାମ୍ନା କରି ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ । ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ କୌଣସି ଖେଳାଳି ଦୋଷୀ ସାବ୍ୟସ୍ତ ହେଲେ ୧୦୦ ନିୟୁତ ଟଙ୍କା ଜରିମାନା ସହ ୧୦ ବର୍ଷର ଜେଲ୍ ଦଣ୍ଡବିଧାନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.