Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୯ ବର୍ଷ ପରେ ବି ପରାଜୟର ଦୁଃଖକୁ ଭୁଲିପାରୁ ନାହାଁନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ, ୨୦୧୧ ବିଶ୍ୱକପକୁ ବିବାଦକୁ ଟାଣିଲେ

18/06/2020 at 3:29 PM

କଲମ୍ବୋ, ୧୮|୦୬:   ଶ୍ରୀଲଙ୍କାର ପୂର୍ବତନ କ୍ରୀଡାମନ୍ତ୍ରୀ ମହିନ୍ଦନନ୍ଦା ଅଲୁଠଗମାଗେ ଭାରତ-ଶ୍ରୀଲଙ୍କା ବିଶ୍ୱକପ୍ ଫାଇନାଲକୁ ନେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ୨୦୧୧ରେ ଖେଳାଯାଇଥିବା ଏହି ବିଶ୍ୱକପ୍ ଫାଇନାଲ ମ୍ୟାଚ ଫିକ୍ସ୍ ହୋଇଥିଲା ବୋଲି ସେ କହିଛନ୍ତି । ତେବେ ଏତେ ଦିନ ଧରି ସେ କାହିଁକି ଚୁପ୍ ଥିଲେ ତାକୁ ନେଇ ପ୍ରଶ୍ନ ଉଠୁଛି । ଏପରିକି ସେ ଏହି ଅଭିଯୋଗର କୌଣସି ପ୍ରମାଣ ମଧ୍ୟ ଦେଇପାରି ନାହାଁନ୍ତି ।  ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚକୁ ଭାରତ ଜିତିବା ସହ ୨୮ ବର୍ଷ ପରେ ବିଶ୍ୱ ଚାମ୍ପିଅନ ହୋଇଥିଲା ।

୨୦୧୧ରେ ଅଲୁଠଗମାଗେ ଶ୍ରୀଲଙ୍କାର କ୍ରୀଡାମନ୍ତ୍ରୀ ଥିଲେ । ସେ ବିନା କୌଣସି ପ୍ରମାଣରେ ଏପରି ଅଭିଯୋଗ ଲଗାଇଛନ୍ତି । ସେ କହିଛନ୍ତି ଯେ, ଏହି ମ୍ୟାଚ ଫିକ୍ସ ଥିଲା । ଏନେଇ ସେ ଆଉ କିଛି କହିବାକୁ ଚାହୁଁନାହାଁନ୍ତି । କାରଣ ସେ ଦେଶର ଇଜ୍ଜତକୁ ନେଇ ଚିନ୍ତିତ ଅଛନ୍ତି । ଏପରିକି ବିତର୍କ ହେଲେ ମଧ୍ୟ ସେ ପ୍ରସ୍ତୁତ । ତେବେ ସେ କେଉଁ ଖେଳାଳିଙ୍କ ନାଁ କହିନାହାଁନ୍ତି ।

ଏହି ଫାଇନାଲ ମୁକାବିଲାରେ କୁମାର ସାଙ୍ଗକରା ଟସ୍ ଜିତି ପ୍ରଥମେ ବ୍ୟାଟିଂନିଷ୍ପତ୍ତି ନେଇଥିଲେ । ମହେଲା ଜୟବର୍ଦ୍ଧନେ ୧୦୩ ରନ କରିଥିବା ବେଳେ ସାଙ୍ଗକରା ୪୮ ବଲରେ ୬୭ ରନ କରିଥିଲେ । ଶ୍ରୀଲଙ୍କା ୫୦ ଓଭରରେ ୬ ଓ୍ୱିକେଟ ହରାଇ ୨୭୪ ରନ କରିଥିଲା  । ଭାରତୀୟ ବୋଲର ଜାହିଲ ଖାନ ଓ ଯୁବରାଜ ସିଂ ଦୁଇଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।

ଦ୍ୱିତୀୟ ଇନିଂସରେ ୨୭୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ସଅଳ ବିରେନ୍ଦ୍ର ସେହ୍ୱାଗ ଓ ସଚିନ ତେନ୍ଦୁଲକରଙ୍କ ଓ୍ୱିକେଟ ହରାଇଥିଲା । ଏହାପରେ ଗୌତମ ଗମ୍ଭୀର ଓ ଏମଏସ ଧୋନୀ ସ୍ଥିତି ସମ୍ଭାଳିଥିଲେ । ଗମ୍ଭୀର  ୯୭ ରନ କରି ଆଉଟ ହୋଇଥିଲେ । ଧୋନୀ ଛକା ମାରି ଦଳରୁ ବିଜୟୀ କରାଇଥିଲେ ।

   Related Posts