Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ରାଜ୍ୟରେ କମୁଛି କରୋନା ଗ୍ରାଫ୍: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୦୧୦ ସଂକ୍ରମିତ

27/10/2020 at 7:37 PM

ଭୁବନେଶ୍ଵର ୨୭।୧୦: ଗତ ଚାରି ସପ୍ତାହ ହେବ ଓଡିଶାରେ କରୋନା ସଂକ୍ରମଣ ପ୍ରକୋପ କମିବାରେ ଲାଗିଛି। ଯେତିକି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତାଠୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୦୧୦ କରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥକଙ୍କ ସଂଖ୍ୟା ୨,୬୮,୧୧୫ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍  ଯୋଗେ ମଙ୍ଗଳବାର ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ସେହି ପରି କଟକ ଜିଲ୍ଲାରୁ ୧୬୪, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗୀରରୁ ୮୬, ବରଗଡରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ଵରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡରୁ ୬୩, କେନ୍ଦ୍ରାପଡାରୁ ୬୧ ଜଣ କୋଭିଡ୍-୧୯ ପଜିଟିଭ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲାରୁ ୫୩, ପୁରୀରୁ ୪୭, ଝାରସୁଗୁଡାରୁ ୪୬, ନୂଆପଡାରୁ ୪୩, ଭଦ୍ରକରୁ ୪୦, ଢେଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେବଗଡରୁ ୧୫ ଓ ରାୟଗଡାରୁ ୭ ଆକ୍ରାନ୍ତ କରୋନାମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ  ଆଉ ୧୨୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୩, ୯୪୨ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚିଛି।

   Related Posts