Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଧସିଗଲା ନଦୀବନ୍ଧର ୨୦୦ମିଟର ପଥର ପ୍ୟାକିଂ : ସ୍ଥାନୀୟ ଲୋକେ ଆତଙ୍କିତ

18/08/2020 at 1:25 PM

ଭଦ୍ରକ ୧୮/୮: ଧସିଗଲା ଗେଙ୍ଗୁଟି ନଦୀ ବନ୍ଧର ପ୍ରାୟ ୨୦୦ ମିଟର ପଥର ପ୍ୟାକିଙ୍ଗ୍ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତର ରାମେଶ୍ବରପୁର ମହାନ୍ତିସାହି ନିକଟରେ ଥିବା ବନ୍ଧ ର ବାମ ପାର୍ଶ୍ବ ପ୍ୟାକିଙ୍ଗ୍ ଧସି ଯାଇଛି । ଏମିତି କି ମଳିକସାହି ନିକଟ ବନ୍ଧର ଡାହାଣ ପାର୍ଶରେ ମଧ୍ୟ ୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଛି ।

ପୂର୍ବରୁ ମଧ୍ୟ ସମାନ ସ୍ଥାନରେ ବହୁ ଥର ବନ୍ଧ ଧସିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଲଘୁଚାପ ଜନିତ ବର୍ଷା ପରେ ଏହି ନଦୀ ବନ୍ଧ ଧସିଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକେ ଏଥିନେଇ ଆତଙ୍କିତ ହୋଇଛନ୍ତି । ବର୍ଷା ପୂର୍ବରୁ ବନ୍ଧ ମରାମତି ନହେଲେ ପୁଣି ବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗିବାର ସମ୍ଭାବନା ରହିଛି । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ ।

   Related Posts