କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ, ନୂଆପଡ଼ାରୁ ସର୍ବାଧିକ ୨୭୪ ସୁସ୍ଥ

Published By : Prameya-News7 Bureau | April 21, 2021 IST

ଭୁବନଶ୍ବେର ୨୧/୪:  ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୭୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଉଥିବା ବେଳେ ଆରୋଗ୍ୟଙ୍କ ସଖ୍ୟା ଧିରେ ଧିରେ ବଢ଼ୁଛି। ବୁଧବାର ୨୦୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ନୂଆପଡ଼ାରୁ ସର୍ବାଧିକ ୨୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ର ୨୬୬, ଖୋର୍ଦ୍ଧାର ୨୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି।

ଏହା ବ୍ୟତୀତ କେନ୍ଦୁଝର ୧୫୨, ସମ୍ବଲପୁର ୧୨୧, କଳାହାଣ୍ଡି ୧୧୩, ବରଗଡ଼ ୧୦୮, ପୁରୀ ୧୦୭, ବଲାଙ୍ଗିର ୮୮, ବାଲେଶ୍ବର ୮୦, ଝରସୁଗୁଡ଼ା ୬୪, କଟକ ୫୭, ନବରଙ୍ଗପୁର ୫୨, ଗଞ୍ଜାମ ୪୨, ଯାଜପୁର ୩୩, ଦେବଗଡ଼ରୁ ୩୧ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

wp:embed {"url":"https://twitter.com/HFWOdisha/status/1384861499110445057","type":"rich","providerNameSlug":"twitter","responsive":true,"className":""}
https://twitter.com/HFWOdisha/status/1384861499110445057
/wp:embed

ଏହା ସହ ରାୟଗଡ଼ାରୁ ୨୮, ମୟୂରଭଞ୍ଜ ୨୬, ଅନୁଗୁଳ ୨୦, ଗଜପତି ୧୯, କନ୍ଧମାଳ ୧୫, ସୁବର୍ଣ୍ଣପୁର ୧୪, ଜଗତସିଂହପୁର ୧୩, ଭଦ୍ରକ ୧୧, କୋରାପୁଟ ୯, ନୟାଗଡ଼ ୮, ଢ଼େଙ୍କାନାଳ ୩, କେନ୍ଦ୍ରାପଡ଼ା ୨ ଏବଂ ମାଲକାନଗିରିରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.