୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା କ୍ଲିନ୍ ଚିଟ୍

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧।୧୨-  ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି ନାନାବତୀ-ମେହେଟା କମିଶନ୍ ।  ଆଜି ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା ଗୁଜରାଟ ବିଧାନସଭାରେ ଜଷ୍ଟିସ ନାନାବତୀ-ମେହେଟ୍ଟା କମିଶନଙ୍କ ଦଙ୍ଗା ସଂକ୍ରାନ୍ତ ଚୂଡ଼ାନ୍ତ ରିପୋର୍ଟ ଆଗତ କରିଥିଲେ ।

 ୨୦୧୪ରେ ଅବସରପ୍ରାପ୍ତ ବିଚାରପତି ଜି.ଟି. ନାନାବତୀ ଏବଂ ଅକ୍ଷୟ ମେହେଟ୍ଟା ଦଙ୍ଗା ବିଷୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆନନ୍ଦି ବେନ୍ ପଟେଲଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲେ । ଦଙ୍ଗା ସଂପର୍କରେ ତଦନ୍ତ ପାଇଁ ୨୦୦୨ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ମୋଦି ଏହି କମିଶନ୍ ନିଯୁକ୍ତି କରିଥିଲେ ।

୨୦୦୮ରେ ନାନାବତୀ- ମେହେଟ୍ଟା କମିଶନ୍ ରିପୋର୍ଟର ପ୍ରଥମ ଭାଗ ଦାଖଲ କରିଥିଲେ । ପ୍ରଥମ ଭାଗରେ ଗୋଧ୍ରା ଟ୍ରେନ୍ ପୋଡ଼ି ପ୍ରସଙ୍ଗ ଥିଲା । ଗୋଧ୍ରା ରେଲୱେ ଷ୍ଟେସନ୍ ନିକଟ ସାବରମତି ଏକ୍ସପ୍ରେସର ଏସ୍-୬ ବଗି ପୋଡ଼ା ଯୋଜନାବଦ୍ଧ ଷଡଯନ୍ତ୍ର ନୁହେଁ ବୋଲି ଦର୍ଶାଯାଇଛି । ପ୍ରଥମ ଭାଗ ରିପୋର୍ଟରେ ବି ମୋଦିଙ୍କୁ କ୍ଲିନ୍ ଚିଟ୍ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.