Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ଓଡ଼ିଶାରେ ପହଞ୍ଚିଲା ଆଉ ୨୦ ହଜାର ଆଣ୍ଟିଜେନ ଟେଷ୍ଟ କିଟ୍, ରାଜ୍ୟର ବିଭିନ୍ନ ମେଡିକାଲକୁ ପଠାଯିବ କିଟ୍‌

9/07/2020 at 10:44 AM

ଭୁବନେଶ୍ୱର ୦୯।୦୭: ରାଜ୍ୟରେ ଆଉ ୨୦ ହଜାର ଆଣ୍ଟିଜେନ୍‌ ଟେଷ୍ଟିଂ କିଟ୍‌ ଆସି ପହଞ୍ଚିଛି । ପୂର୍ବରୁ ୫ ହଜାର କିଟ୍‌ ଆସି ସାରିଥିଲା। ଏହି କିଟ୍‌ରେ ସ୍ୱାବ୍‌ ପରୀକ୍ଷା କରି ୧ ଘଣ୍ଟା ମଧ୍ୟରେ କରୋନା ପଜିଟିଭ୍‌ କି ନେଗେଟିଭ୍‌ ଜଣାପଡ଼ିବ । ଠିକ୍‌ଠାକ୍‌ ରହିଲେ, ଆଗକୁ ଆହୁରି କିଟ୍‌ ଆସିବ ବୋଲି ଜଣାପଡିଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି) ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି ।

ଡାକ୍ତର ପତି କହିଛନ୍ତି, ପହଞ୍ଚିଥିବା କିଟ୍‌ରୁ ୫ ମେଡିକାଲ କଲେଜକୁ ୧୦୦୦ ଲେଖାଏଁ ଦିଆଯିବ । ୩୦ ଜିଲ୍ଲାରେ ଥିବା ମୁଖ୍ୟ ଚିକିତ୍ସାଳୟ ସହ କ୍ୟାପିଟାଲ ହସ୍ପିଟାଲ ଓ ଆର୍‌ଜିଏଚ୍‌କୁ ୧୫୦ଟି ଲେଖାଏଁ କିଟ୍‌ ମିଳିବ । ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରକୁ ୫୦୦ କିଟ୍‌ ଦିଆଯିବ । ଗଞ୍ଜାମ ଜିଲ୍ଲା ପାଇଁ ୨୫୦୦ ଓ ଗଜପତି ଜିଲ୍ଲାକୁ ୫୦୦ କିଟ୍‌ ଅଲଗା ଦିଆଯିବ ।

ଏସବୁ ବାଦ୍‌ ରାଜଧାନୀ ପାଇଁ ପାଖାପାଖି ୪ରୁ ସାଢ଼େ ୪ ହଜାର କିଟ୍‌ ରଖାଯାଇଛି । ରିପୋର୍ଟ ଓ ଖର୍ଚ୍ଚର ସବୁ ଅନୁଧ୍ୟାନ ପରେ ଆଉ ଅଧିକ କିଟ୍‌ ଆସିବ । ଏହି କିଟ୍‌ରେ ପଜିଟିଭ୍‌ ଆସିଲେ ଆଉ ଆର୍‌ଟିପିସିଆର୍‌ ଟେଷ୍ଟର ଆବଶ୍ୟକତା ନାହିଁ । ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ଭୂତାଣୁ ରୁହେ, ରୋଗକୁ ସହଜରେ ଚିହ୍ନଟ କରାଯାଇ ପାରିବ । ଆଣ୍ଟିଜେନ୍‌ ଟେଷ୍ଟ ପରେ ଯାଇ ହସ୍ପିଟାଲରେ ରୋଗୀଙ୍କୁ ଇନ୍‌ଡୋର୍‌ରେ ଭର୍ତ୍ତି କରାଯିବ । ଏହାହେଲେ ୱାର୍ଡ ଭିତରେ ରୋଗୀଙ୍କୁ ସଂକ୍ରମଣକୁ ରୋକାଯାଇ ପାରିବ ।

   Related Posts