Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଏହି ମୁସଲମାନ ଦେଶର ସମୁଦ୍ର ତଳୁ ମିଳିଛି ୨ହଜାର ବର୍ଷ ପୁରୁଣା ଗ୍ରୀକ୍ ମନ୍ଦିର

10/03/2020 at 12:49 PM

ହେରାକ୍ଲିୟନ : ଇଜିପ୍ଟର ପ୍ରାଚୀନ ସହର ହେରାକ୍ଲିୟନର ସମୁଦ୍ର ତଳେ ୨ହଜାର ୨୦୦ ବର୍ଷ ପୁରୁଣା ଏକ ମନ୍ଦିର ମିଳିଛି। ଇଜିପ୍ଟ ଓ ୟୁରୋପର ପ୍ରତ୍ନତତ୍ୱବିଦମାନେ ସମୁଦ୍ର ତଳୁ ଖୋଜି କାଢିଥିବା ମନ୍ଦିରଟି ଏକ ଗ୍ରୀକ ମନ୍ଦିର। ସମୁଦ୍ରର ଅତଳ ଗଭିରରେ ମନ୍ଦିରଟିକୁ ବିକ୍ଷିପ୍ତ ଅବସ୍ଥାରେ ଥିବା ଦେଖାଯାଇଥିଲା।  ଏଥିରେ ଖମ୍ବ ସାଙ୍ଗକୁ କିଛି ମାଟି ପାତ୍ର ଓ ସୁନାଗହଣାର ଭଣ୍ଡାର ଥିବା ଜଣାପଡିଛି। ସମୁଦ୍ରର ଯେଉଁ ସ୍ଥାନରେ ମନ୍ଦିର ଠାବ ହୋଇଛି ସେହି ସ୍ଥାନକୁ ଆଟଲାଣ୍ଟିସ୍ କୁହାଯାଏ। ଏହି ଦେଶଟି ଏବେ ବିଶ୍ୱର ଅନ୍ୟତମ ମୁସଲମାନ ବହୁଳ ଦେଶରେ ପରିଣତ ହୋଇଛି। ତେବେ ଅତୀତରେ ଏହା ଏକ ମନ୍ଦିରମୟ ଦେଶ ଥିଲାବୋଲି ଇତି ହାସ କୁହେ।

ମନ୍ଦିରରୁ ତମ୍ବାମୁଦ୍ରା ସାଙ୍ଗକୁ ଆଭୂଷଣ ବି ମିଳିଛି। ପ୍ରାୟ ହଜାରେ ବର୍ଷ ପୂର୍ବେ ମନ୍ଦିରଟି ସମୁଦ୍ରରେ ବୁଡି ଯାଇଥିବାର ପ୍ରତ୍ନତତ୍ୱବିଦ୍ ମାନେ ଆଶଙ୍କା କରୁଛନ୍ତି। ମନ୍ଦିରର ନିର୍ମାଣ ଶୈଳୀ ତୃତୀୟ ଓ ଚତୁର୍ଥ ଶତାବ୍ଦୀର ହୋଇଥିବା ବେଳେ ମନ୍ଦିର ସହ ପାଣି ତଳୁ କିଛି ଡଙ୍ଗା ଓ ଜାହାଜ ମିଳିଛି। ମି ସେଥିରୁ ମିଳିଥିବା ମୁଦ୍ରାରୁ ତାହା ରାଜା କ୍ଲାଡିୟସ ଟଲମୀ ଦ୍ୱିତୀୟଙ୍କ ସମୟର ବୋଲି ଅନୁମାନ କରାଯାଉଛି। ମିଳିଥିବା ଜାହାଜ ହଜାର ହଜାର ବର୍ଷ ପୁରୁଣା ବୋଲି ଜଣଆପଡିଛି। ଏଥିରୁ ଅସ୍ତ୍ରଶସ୍ତ୍ର, ରୋଷେଇ ଉପକରଣ, ମୁଦ୍ରା ଓ ସ୍ୱର୍ଣ୍ଣାଭୂଷଣରେ ଭରା ପାତ୍ର ଆଦି ଉଦ୍ଧାର କରାଯାଇଛି। ମିଳିଥିବା ସମସ୍ତ ସାମଗ୍ରୀ ଚତୁର୍ଥ ଶତାବ୍ଦୀ କାଳର ବୋଲି ପ୍ରତ୍ନତତ୍ୱବିଦମାନେ କହିଛନ୍ତି।

ଇଜପ୍ଟି ଭଳି ହେରାକ୍ଲିୟନ ମଧ୍ୟ ମନ୍ଦିରସହର ଭାବେ ଜଣାଶୁଣା ଥିଲା। ତେବେ ସମୁଦ୍ର ସୁନାମୀରେ ଏହା ଜଳମଗ୍ନ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ରାଜା କ୍ଲାଡିୟସ୍ ଟଲମି ଦ୍ୱିତୀୟଙ୍କ ଶାସନ କାଳରେ ଏହି ସହର ତାର ବିକାଶର ଚରମ ସୀମାରେ ପହଞ୍ଚିଥିଲା। ସହରକୁ ରାଜା ବେଶ ସୁନ୍ଦର ଭାବେ ବସାଇଥିଲେ। ସେତେବେଳେ ହୁଏତ ଏହା ଇଜିପ୍ଟର ବ୍ୟବସାୟୀକ ପଣ୍ଠସ୍ଥଳ ଥିଲା ବୋଲି ମିଳିଥିବା ପ୍ରାଚୀନ ସାମଗ୍ରୀରୁ ଅନୁମାନ କରାଯାଉଛି। ତେବେ ସାରା ସହର ସୁନାମୀ ପ୍ରଭାବିତ ହୋଇନଥିଲା। ଏଥିରୁ ଯାହା ବର୍ତ୍ତିଯାଇଥିଲା ତାକୁ ଅବୁ-କିର ଉପସାଗର ବୋଲି କୁହାଯାଉଛି।  ଗବେଷଣାରୁ ରାଜା ଟଲମି ଦ୍ୱିତୀୟ କେବଳ ଜଣେ ଶାସକ ନଥିଲେ ସେ ପ୍ରକାଣ୍ଡ ଜ୍ୟିତିର୍ବିଦ ଥିଲେ ବୋଲି ସମୁଦ୍ର ତଳୁ ମିଳିଥିବା ସାମଗ୍ରୀରୁ ଅନୁମାନ କରାଯାଉଛି।

ପୃଥିବୀକୁ ପରିକ୍ରମା କରିବାକୁ ଚନ୍ଦ୍ରକୁ କେତେ ସମୟ ଲାଗେ ତାହା ଟଲମି ଦ୍ୱିତୀୟ ନିର୍ଦ୍ଧାରଣ କରିବାରେ ସକ୍ଷମ ହୋଇଥିଲେ। ତାଙ୍କର ଏହି ଜ୍ୟୋତିଷିୟ ଜ୍ଞାନ ଇଜିପ୍ଟ କ୍ୟାଲେଣ୍ଡର ପ୍ରସ୍ତୁତିରେ ବଶେ ସହାୟକ ହୋଇଥିଲା। ଯେତେବେଳେ ଏଠାରେ ଏହ ିସହରର ପରିକଳ୍ପନା କରାଯାଇଥିଲା ସେତେବେଳେ ଉପକୂଳରେ ଥିବା ସମୁଦ୍ରର ଜଳସ୍ତର ନିୟମିତ ବଢୁଥିଲା। ଏଣୁ କ୍ରମେ ଏହା ସମୁଦ୍ର ଗର୍ଭରେ ବିଲିନ ହୋଇଯାଇଥିବା ବେଳେ ମନ୍ଦିର ଓ ନଗର ବି ସମୁଦ୍ର ତଳକୁ ଚାଲିଯାଇଥିଲା।  

   Related Posts