ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨।୫: ଯଦି ଆପଣ ଜଣେ ଚାଷୀ ତେବେ ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଅଷ୍ଟମ କିସ୍ତି ପାଇଁ ଅପେକ୍ଷା କରିଥିବେ । ତେବେ ଜାଣି ରଖନ୍ତୁ ଯେ ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି ।କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଇବାକୁ ଯାଉଛନ୍ତି । ବିଶେଷ କଥା ହେଉଛି ଯେ ସରକାର ଏହି ଟଙ୍କା ମେ’ ୧୪ ତାରିଖ ଅର୍ଥାତ ଅକ୍ଷୟ ତୃତୀୟା ଦିନ ପଠାଇବେ । ସରକାରଙ୍କ ଏହି ଘୋଷଣା ପରେ କୋଟି କୋଟି ଚାଷୀଙ୍କ ମୁହଁରେ ହସ ଦେଖିବାକୁ ମିଳିଛି ।

ଯୋଜନା ଅନୁସାରେ ଦିଆଯାଇଥିବା ନମ୍ବରକୁ ଫୋନ୍ କରି ସୂଚନା ପାଇପାରିବେ । ସରକାରଙ୍କ ଏହି ପଦକ୍ଷେପ ଚାଷୀମାନଙ୍କୁ ସିଧାସଳଖ ସରକାରଙ୍କ ସହ ଯୋଡିବା ପାଇଁ ନିଆଯାଇଛି । ସରକାର ଏହି ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ଚାଷୀଙ୍କୁ ଯୋଡିବାକୁ ନିରନ୍ତର ଉଦ୍ୟମ କରୁଛନ୍ତି । ଏହି ଯୋଜନା ମାଧ୍ୟମରେ ସରକାର ବର୍ଷସାରା ଚାଷୀଙ୍କୁ ଦୁଇ ଦୁଇ ହଜାର ଟଙ୍କାର ତିନୋଟି କିସ୍ତି ପ୍ରଦାନ କରୁଛନ୍ତି ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାଷୀଙ୍କ ନାମରେ ଚାଷ ଜମି ରହିବା ଉଚିତ । ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡରେ ଗୋଟିଏ ନାଁରେ ସମାନ ବନାନ ରହିବା ଉଚିତ । ଏହା ବ୍ୟତୀତ କୌଣସି ସୂଚନା (ଯେପରିକି ବାପାଙ୍କ ନାମ, ବୟସ, ଠିକଣା ଇତ୍ୟାଦି) ବ୍ୟାଙ୍କ ବିବରଣୀ ଏବଂ ଆଧାର କାର୍ଡରେ ଦିଆଯାଇଥିବା ସୂଚନାଠାରୁ ଭିନ୍ନ ହେବା ଉଚିତ ନୁହେଁ । ଚାଷୀ କୌଣସି ପ୍ରକାରର ଆୟକରଦାତା ହୋଇନଥିବେ ଏବଂ ସେ କୌଣସି ସରକାରୀ ଚାକିରୀ କରିନଥିବେ । ଚାଷୀ କୌଣସି ପ୍ରକାରର ପେନସନ ହିତାଧିକାରୀ ହୋଇନଥିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.