ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ବିହାରରୁ ପଠାଗଲା ୨ ହଜାର ପ୍ୟାକେଟ ଆମ୍ବ

Published By : Prameya-News7 Bureau | June 06, 2021 IST

ସୁଲତାନଗଞ୍ଜ ୦୬/୦୬ : ବିହାର ସୁଲତାନଗଞ୍ଜ ଅଞ୍ଚଳର କଳା ମାଟି ଆମ୍ବ ଚାଷ ପାଇଁ ବହୁତ ଭଲ । ସେଥିପାଇଁ ଏଠାକାର ଜର୍ଦାଲୁ ଆମ୍ବ ଏହାର ସ୍ୱାଦ ପାଇଁ ଖୁବ ପ୍ରସିଦ୍ଧ । ଲୋକେ ଏହି ଆମ୍ବ ଖାଇବାକୁ ବହୁତ ପସନ୍ଦ କରନ୍ତି । ୨୦୦୭ ମସିହାରୁ ଦେଶର ସମସ୍ତ ବିଶିଷ୍ଟ ଲୋକଙ୍କ ପାଖକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜର୍ଦାଲୁ ଆମ୍ବ ଉପହାର ସଦୃଶ ପଠାଇଥାନ୍ତି | ରବିବାର ଅପରାହ୍ନରେ ଦୁଇ ହଜାର ଜର୍ଦାଲୁ ଆମ୍ବ ପ୍ୟାକେଟ ବିହାର ଭବନ ନୂଆଦିଲ୍ଲୀ ପଠାଯାଇଛି ।

{"id":462401,"sizeSlug":"large","linkDestination":"none"}

ସୁଲତାନଗଞ୍ଜର ମହେଶି ତିଲକପୁରର ମଧ୍ୟବନ ନର୍ସରୀରେ ରବିବାର ପ୍ରଭାରୀ ଜିଲ୍ଲା କୃଷି ଦିଲୀପ କୁମାର ସିଂହ, ବ୍ଲକ କୃଷି ପଦାଧିକାରୀ ଅଜୟ ମନି ଆମ୍ବ ପ୍ୟାକିଂ କରାଇଛନ୍ତି। ବିହାର ସରକାରଙ୍କ ନିର୍ଦ୍ଦେଶରେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଜର୍ଦାଲୁ ଆମ୍ବ ପଠାଯିବ । ସେ କହିଛନ୍ତି ଯେ ୨୦୦୦ ଜର୍ଦାଲୁ ଆମ୍ବ ପ୍ୟାକେଟ ବିକ୍ରମଶିଳା ଏକ୍ସପ୍ରେସରେ ଦିଲ୍ଲୀ ସ୍ଥିତ ବିହାର ଭବନ ପଠାଯିବ । ସେଠାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବିଶିଷ୍ଟ ଲୋକଙ୍କ ପାଖକୁ ଆମ୍ବ ପଠାଯିବ । ମେଙ୍ଗୋ ମ୍ୟାନ ଅଶୋକ ଚୌଧୁରୀ କହିଛନ୍ତି ଜିଲ୍ଲା ପ୍ରଶାସନ ଦ୍ୱାରା ମଧୁବନ ନର୍ସରୀରୁ ୧୫ ବର୍ଷ ହେଲା ଜର୍ଦାଲୁ ଆମ୍ବ ପଠାଯାଉଛି ।

{"id":462403,"sizeSlug":"large","linkDestination":"none"}

ଏଠାରେ ବି ୨ ହଜାର ପ୍ୟାକେଟ ଜର୍ଦାଲୁ ଆମ୍ବ ପ୍ୟାକେଟ ବିହାର ସରକାରଙ୍କ ନିର୍ଦ୍ଦେଶରେ ପଠାଯାଇଛି । ଗୋଟିଏ ପ୍ୟାକେଟରେ ୫ କିଲୋ ଆମ୍ବ ଅଛି । ଏହି ଆମ୍ବର ଖାସ କଥା ହେଲା ଏହା ୭ ଦିନ ଯାଏଁ ଖରାପ ହୁଏନାହିଁ । ପାଚିବା ପରେ ଏହି ଆମ୍ବରୁ ବହୁତ ଭଲ ସୁଗନ୍ଧ ଆସିଥାଏ । ଏହାର ସ୍ୱାଦ ମଧ୍ୟ ବହୁତ ମିଠା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.