Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ଇରାନରୁ ଆସୁଛି ୩୦୦ ଭାରତୀୟଙ୍କ ରକ୍ତ ନମୂନା, ଯଦି ନେଗେଟିଭ ଆସେ ତାହାଲେ…

6/03/2020 at 10:15 PM

ନୂଆଦିଲ୍ଲୀ ୦୬।୦୩- ଇରାନରେ ଫସିଥିବା ପ୍ରାୟ ୨୦୦୦ ଭାରତୀୟ ନାଗରିକଙ୍କୁ ଶୀଘ୍ର ଭାରତ ଅଣାଯିବ। ସଂପ୍ରତି ଏଥିରେ ୩୦୦ ଭାରତୀୟଙ୍କ ରକ୍ତ ନମୂନା ଭାରତ ଆସୁଛି। ଏହି ନମୂନାର ଯାଞ୍ଚ କରାଯିବ। ଯଦି କରୋନା ଭୂତାଣୁର ଏହି ନମୂନା ନେଗେଟିଭ ଆସେ ତେବେ ଯାଇ ସେମାନଙ୍କୁ ଭାରତ ଫେରାଇ ଅଣାଯିବାର ବ୍ୟବସ୍ଥା କରାଯିବ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ   ହରଦୀପ ସିଂହ ପୁରୀ ଶୁକ୍ରବାର କହିଛନ୍ତି ଯେ, ଇରାନରେ ଫସିଥିବା ଭାରତୀୟଙ୍କୁ ଭାରତ ଅଣାଯିବ ଏବଂ ଭାରତରେ ରହୁଥିବା ସମସ୍ତ ଇରାନ ନାଗରିକଙ୍କୁ ଇରାନ ପଠାଯିବ। ଏହି ବିଷୟରେ ଭାରତର ଇରାନ ଅଧିକାରୀଙ୍କ ସହିତ ଆଲୋଚନା ଜାରି ରହିଛି। ଏହାରି ଆଧାରରେ ଆଗାମୀ ୨୪ ଘଣ୍ଟାରେ ଇରାନୀ ବିମାନ ଚଳାଚଳ କମ୍ପାନୀ ମହାନ ଏୟାରର ଏକ ବିମାନ ଦିଲ୍ଲୀରେ ଅବତରଣ କରିବ। ଏଥିରେ ୩୦୦ ଭାରତୀୟଙ୍କ ରକ୍ତ ନମୂନା ଭାରତ ଆସିବ। ଏହାର ଯାଞ୍ଚ  କରାଯିବ ଯଦ୍ଵାରା ଜଣା ପଡିବ ଯେ, ଏଥିରୁ କେତେ ଜଣ କରୋନା ସଂକ୍ରମିତ। ଯେଉଁ ବ୍ୟକ୍ତି କରୋନା ସଂକ୍ରମିତ ହୋଇନଥିବେ ସେମାନଙ୍କୁ ଭାରତ ଅଣାଯିବ।

ସେ କହିଛନ୍ତି ଯେ, ଇରାନରୁ ଆସୁଥିବା ଭାରତୀୟଙ୍କୁ ଦିଲ୍ଲୀ ଓ ମୁମ୍ବାଇ ନିଆଯିବ। ଦୁଇଟି ସହରକୁ ଦୁଇଟି ବିମାନ ପଠାଯିବ। ସେଠାରୁ ଆସୁଥିବା ବିମାନରେ ଭାରତୀୟ ନାଗରିକଙ୍କୁ ଅଣାଯିବ ଏବଂ ଏଠାରୁ ଇରାନ ଯିବାକୁ ଥିବା ବିମାନରେ ଇରାନ ନାଗରିକଙ୍କୁ ପଠାଯିବ।

   Related Posts