ରାଜଧାନୀରେ ଟ୍ରାଫିକ୍ ନିୟମ ପାଇଁ ୨ଦିନରେ ୨ହଜାର ଲୋକଙ୍କୁ ଫାଇନ୍

Published By : Prameya-News7 Bureau | December 03, 2019 IST

ଭୁବନେଶ୍ୱର ୦୩।୧୨ ଲଗାତର ତୃତୀୟ ଦିନରେ ବି ରାଜଧାନୀରେ କଡ଼ାକଡ଼ି ଟ୍ରାଫିକ୍‌ ଚେକିଂ ଚାଲିଛି । ବିଭିନ୍ନ ଛକରେ ଟ୍ରାଫିକ୍‌ ପୋଲିସ ଆଇନ ଉଲଂଘନକାରୀଙ୍କୁ ଧରିବା ସହ ସେମାନଙ୍କ ଚାଲାଣ କାଟୁଛନ୍ତି । ଗଲା ୨ଦିନ ଭିତରେ ୨ହଜାର ଲୋକଙ୍କୁ ଫାଇନ୍‌ ହୋଇଥିବା କୁହାଯାଉଛି । ….

{"id":193386,"sizeSlug":"large"}

ନୂଆ ଟ୍ରାଫିକ୍‌ ନିୟମକୁ ନେଇ ଏତେ ହୋ-ହଲ୍ଲା, ଏତେ ସଚେତନତା ପରେ ବି ଭୁଲ୍‌ କରି କିଛି ଲୋକ ଧରାପଡ଼ୁଛନ୍ତି । କିଏ ହେଲମେଟ୍‌ କି ସିଟ୍‌ ବେଲ୍ଟ  ନପିନ୍ଧି ଧରାପଡ଼ୁଛନ୍ତି ତ ଆଉ କିଏ ରଙ୍ଗ ରୁଟ୍‌ରେ ଗାଡ଼ି ଚଳାଇ ଫାଇନ୍‌ ଗଣୁଛନ୍ତି । ଅନେକ ଲୋକ ଏବେ ବି ରଙ୍ଗରୁଟ୍‌ରେ ଯାଉଛନ୍ତି । ଏମାନେ ଧରାପଡ଼ିଲେ ୫ହଜାର ଗଣିବାକୁ ପଡ଼ିବ ବୋଲି ଜାଣିଛନ୍ତି ତଥାପି ରଙ୍ଗରୁଟ୍‌ରେ ଯାଇ କେମିତି ଶୀଘ୍ର ଘରେ କି ଅଫିସରେ ପହଞ୍ଚିଯିବେ ସେକଥା ଭାବି ଜାଣିଶୁଣି ଆଇନ୍‌ ଭାଙ୍ଗୁଛନ୍ତି

{"id":193387,"sizeSlug":"large"}

ରାଜଧାନୀରେ ୩୫ଟି ଏମିତି ଯାଗା ଚିହ୍ନଟ ହୋଇଛି ଯେଉଁଠି ରଙ୍ଗରୁଟ୍‌ରେ ଗାଡ଼ି ଚଳାଇ ଲୋକେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ସେ ସବୁ ଯାଗାରେ ଯାଂଚ କଡ଼ାକଡ଼ି କରାଯାଉଛି । ଗଲା ୨ଦିନ ଭିତରେ ଧରାପଡ଼ିଲେଣି ପ୍ରାୟ ୨ହଜାର ଟ୍ରାଫିକ୍‌ ନିୟମ ଉଲଂଘନକାରୀ । ଏବେ ବି ରାସ୍ତାରେ ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଧରାପଡ଼ୁଛନ୍ତି ଅନେକ ଗାଡ଼ି ଚାଳକ । ମଙ୍ଗଳବାର ରାଜଧାନୀରେ ସିଟି ଓମେନ୍‌ସ୍‌ କଲେଜ୍‌ ଛକରେ ଚେକିଂ ବେଳେ ସେଠାରେ ଉପସ୍ଥିତ ଥିଲେ ଖୋଦ୍‌ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ।

{"id":193388,"sizeSlug":"large"}

୩ମାସ ପାଇଁ ଗାଡ଼ି କାଗଜପତ୍ରରେ କୋହଳ କରାଯାଇଛି, ହେଲେ ଅନ୍ୟ ନିୟମରେ ନୁହେଁ । ସେକଥା ଲୋକେ ବୁଝିବା ଦରକାର । ଗାଡ଼ି ଚଳାଇଲା ବେଳେ ହେଲମେଟ୍‌ ପିନ୍ଧିବା, ସିଟ୍‌ ବେଲ୍ଟ ବାନ୍ଧିବା, ଟ୍ରାଫିକ୍‌ ସିଗ୍‌ନାଲ ମାନିବା, ଜେବ୍ରା କ୍ରସିଂ ନଟପିବା, ରଙ୍ଗରୁଟ୍‌ରେ ନଯିବା ଭଳି ନିୟମ ନମାନିଲେ ନୂଆ ଆଇନ୍‌ ଅନୁସାରେ ସେମାନଙ୍କୁ ହେଭି ଫାଇନ୍‌ ଦେବାକୁ ପଡ଼ିବ ।

{"id":193389,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.