Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଆମେରିକାରେ କରୋନାର ତାଣ୍ଡବ: ଗୋଟିଏ ଦିନରେ ଭାଇରସ ନେଲା ୨୦୦୦ରୁ ଅଧିକ ଜୀବନ, ଟ୍ରମ୍ପ କହିଲେ ୧ ଲକ୍ଷ ଛୁଇଁବ ମୃତ୍ୟୁସଂଖ୍ୟା

11/04/2020 at 7:14 PM

ନ୍ୟୁୟର୍କ, ୧୧|୦୪:  ଆମେରିକାରେ କରୋନା ଭାଇରସ ମୃତ୍ୟୁର ତାଣ୍ଡବ ରଚୁଛି । ଏବେ ଆମେରିକା ବିଶ୍ୱର ଏପରି ଏକମାତ୍ର ଦେଶ ଯେଉଁଠାରେ  ଗୋଟିଏ ଦିନରେ ହିଁ ୨ହଜାରରୁ ଅଧିକ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ଏଠାରେ ୨୧୦୮ ଜଣ ଜୀବନ ହାରିଛନ୍ତି । ଏହି ତଥ୍ୟ କରୋନା ଭାଇରସ ଉପରେ ନଜର ରଖୁଥିବା ହପକିଂସ୍ ୟୁନିଭର୍ସିଟୀ ପ୍ରଦାନ କରିଛି । ଗୁରୁବାର ଆମେରିକାରେ ପ୍ରାୟ ୧୭୦୦ ଜଣ ପ୍ରାଣ ହରାଇଥିଲେ ।

ଶୁକ୍ରବାର ସାରା ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଥିଲା । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷରେ ପହଁଚିଛି । ଆମେରିକାର ନ୍ୟୁୟର୍କକୁ କରୋନା ସଂକ୍ରମଣର କେନ୍ଦ୍ର ବୋଲି କୁହାଯାଉଛି । କେବଳ ଏହି ସହରରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏଠାରେ କରୋନା ୫୮୨୦ଟି ଜୀବନ ନେଇଛି । ସେହିପରି ଆମେରିକାରେ ୫ ଲକ୍ଷ ବ୍ୟକ୍ତି କରୋନା ଭାଇରସ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଏଠାରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ମଧ୍ୟରେ ରହିବ । ଏହାପୂର୍ବରୁ ଜଣେ ବରିଷ୍ଠ ଅଧିକାରୀ ୟୁଏସରେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଛୁଇଁବ ବୋଲି କହିଥିଲେ ।

ସାରା ବିଶ୍ୱରେ କରୋନା ମୃତକ ସଂଖ୍ୟାରେ ଇଟାଲୀ ଏବେବି ଉପରେ ରହିଛି । ଏଠାରେ ୧୮୮୪୯ ଜଣ ପ୍ରାଣ ହରାଇଛନ୍ତି । ଦ୍ୱିତୀୟ ସ୍ଥାନରେ ସ୍ପେନ ରହିଛି । ଏଠାରେ ୧୬୦୮୧ଜଣ ପ୍ରାଣ ହରାଇଥିବା ବେଳେ ଫ୍ରାନ୍ସରେ ୧୩୧୯୭ ଓ ବ୍ରିଟେନରେ ୮୯୫୮ ଜଣ ପ୍ରାଣ ହରାଇଛନ୍ତି ।

   Related Posts