କାନ୍ଦୁଛି ଅତୃପ୍ତ ଆତ୍ମା

Published By : Prameya-News7 Bureau | July 30, 2018 IST

କେନ୍ଦୁଝର ୩୦/୭ : ଆବାସୀକ ସ୍କୁଲର ଛାତ୍ରୀମାନଙ୍କୁ ଘାରିଛି ଭୁତ ଭୟ । ଆଉ ଏହି ଭୁତ ଭୟରେ ୨ଶହରୁ ଅଧିକ ଛାତ୍ରୀ ହଷ୍ଟେଲ ଛାଡି ଦେଲେଣି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାୟାପଣ୍ଡାଧାର ଆଶ୍ରମ ବିଦ୍ୟାଳୟରେ । ୪ ବର୍ଷ ତଳେ ସେହି ସ୍କୁଲରେ ଆତ୍ମହତ୍ୟା କରିଥିବା ଛାତ୍ରୀ ଅନ୍ଯ ଛାତ୍ରୀଙ୍କ ଦେହରେ ପ୍ରବେଶ କରି ଖୋଜୁଛି ମୃତ୍ୟୁ ବେଳର ଚିଠି । ଭୁତ କହୁଛି ମୃତ୍ୟୁର କାହାଣୀ । କେନ୍ଦୁଝର ବାଂଶପାଳ ବ୍ଲକ ବାୟାପଣ୍ଡାଧାର ଆଶ୍ରମ ସ୍କୁଲରେ ମାତିଛି ଭୂତ । ୪ ବର୍ଷ ତଳେ ସ୍କୁଲରେ ଆତ୍ମହତ୍ୟା କରିଥିବା ଛାତ୍ରୀ ଖୋଜୁଛି ମୃତ୍ୟୁ ବେଳର ଚିଠି । ସେହି ସ୍କୁଲର ଅନ୍ୟ ଜଣେ ଛାତ୍ରୀ ଦେହରେ ପ୍ରବେଶ କରି ନ୍ୟାୟ ମାଗୁଛି । କଣ ବିଶ୍ବାସ ହେଉନି । ଶୁଣନ୍ତୁ ଏ ଛାତ୍ରୀ ଜଣଙ୍କ କଣ କହୁଛନ୍ତି । କିଛି ଦିନ ହେଲା ବାୟାପଣ୍ଡାଧାର ଆଶ୍ରମ ସ୍କୁଲ ହଷ୍ଟେଲରେ ଭୂତ ଆତଙ୍କ । ଭୟରେ ୨ଶହରୁ ଅଧିକ ଛାତ୍ରୀ ହଷ୍ଟେଲ ଛାଡି ସାରିଲେଣି । ଗତ ୧୩ ତାରିଖରେ ହଠାତ ଜଣେ ଛାତ୍ରୀ ଅସ୍ବାଭାବିକ ଆଚରଣ ଦେଖାଇଥିଲେ । କେବଳ ଏହି ଜଣେ ଛାତ୍ରୀ ନୁହନ୍ତି ଆହୁରି ୪-୫ ଜଣ ଛାତ୍ରୀ ଏପରି ସମାନ ଢଙ୍ଗରେ ବ୍ୟବହାର ଦେଖାଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ପୀଡିତ ଛାତ୍ରୀଙ୍କୁ ଚିକିତ୍ସା କରାଇବା ସତ୍ବେ କୌଣସି ପରିବର୍ତନ ହେଲା ନାହଁ । ଡାକ୍ତର ମଧ୍ୟ କିଛି ରୋଗ ଧରି ପାରିଲେ ନାହିଁ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସ୍କୁଲରେ କୌଣସି ଭୌତିକ କାଣ୍ଡ ଘଟୁଥିବା ଆଶଙ୍କାରେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ହଷ୍ଟେଲରୁ ନେଇଯାଇଛନ୍ତି । ବିଦ୍ୟାଳୟରେ ପୁଜାର୍ଚ୍ଚନା କରାଯିବା ସହ ଗୁଣିଆ ଆସି ତନ୍ତ୍ର ପାଠ ନକରାଇଲେ ପିଲାମାନଙ୍କୁ ଆଉ ପଢିବାକୁ ଛାଡିବେନି ବୋଲି କହିଛନ୍ତି । ଅନ୍ୟପଟେ ଅନ୍ଧବିଶ୍ବାସ ଦୂର କରିବାକୁ ପିଲାମାନଙ୍କୁ ବୁଝାସୁଝା କରି ବିଫଳ ହେ।ଇଛନ୍ତି କର୍ତ୍ତୃପକ୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.