Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଜୁନ ୧ ରୁ ଚାଲିବ ୨୦୦ ଟ୍ରେନ : ଆରମ୍ଭ ହେଲା ଟିକେଟ ବୁକିଙ୍ଗ, ଗାଇଡଲାଇନ ଜାରି କଲା ରେଳ ମନ୍ତ୍ରାଳୟ

21/05/2020 at 11:21 AM

ନୂଆଦିଲ୍ଲୀ ୨୧/୦୫ : ଭାରତୀୟ ରେଳବାଇ ୨୦୦ ସ୍ପେଶାଲ ଟ୍ରେନ ପାଇଁ ଆଜିଠାରୁ ବୁକିଂ ଆରମ୍ଭ କରିଛି | ରେଳ ମନ୍ତ୍ରାଳୟ ଦ୍ୱାରା ବୁଢ଼ାରବ ଦିନ ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ଟ୍ରେନର ତାଲିକା ଜାରି କରାଯାଇଛି | ଟ୍ରେନରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି | ୧୦୦ଟି ନନ ଏସି ଟ୍ରେନ ପୂର୍ବ ନିର୍ଧାରିତ ସମୟରେ ଚାଲିବ ବୋଲି ରେଳ ମନ୍ତ୍ରାଳୟ କହିଛନ୍ତି | ଜୁନ ୧ ତାରିଖରୁ ଆରମ୍ଭ ହାକୁ ଥିବା ୨୦୦ ଟି ସ୍ପେଶାଲ ଟ୍ରେନ ପାଇଁ ଟିକେଟ ବୁକିଂ ଆଜି ୧୦ଟା ରୁ ଆରମ୍ଭ ହୋଇଛି | ଯାତ୍ରୀ ଆଇଆରସିଟିସି ୱେବସାଇଟ ଜରିଆରେ ଟିକେଟ ବୁକ କରିପାରିବେ |

ଜୁନ ୧ ରୁ ଆରମ୍ଭ ହେବାକୁ ଥିବା ସ୍ପେଶାଲ ଟ୍ରେନରେ ନନ ଏସି କୋଚ ସହ ଜନ-ଶତାବ୍ଦୀ ଏକ୍ସପ୍ରେସ ଏବଂ ଦୁରନ୍ତ ଏକ୍ସପ୍ରେସକୁ ମଧ୍ୟ ସାମିଲ କରାଯାଇଛି | ପୂର୍ବରୁ ଚାଲୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଏବଂ ୩୦ଟି ରାଜଧାନୀ ଟ୍ରେନ ସହ ଏହି ଦୁଇଟି ଟ୍ରେନ ମଧ୍ୟ ଚାଲିବ |

ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛନ୍ତି | ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ | ଷ୍ଟେସନରେ ପହଞ୍ଚିବା ପରେ ସ୍କ୍ରିନିଙ୍ଗ କରାଇବା ଜରୁରୀ | ସେଥିପାଇଁ ସମସ୍ତ ଯାତ୍ରୀଙ୍କୁ ଘଣ୍ଟେ ପୂର୍ବରୁ ଷ୍ଟେସନରେ ପହଂଚିବାକୁ ନିର୍ଦେଶ ଦିଆଯାଇଛି | ଯେଉଁମାନଙ୍କ ମଧ୍ୟରେ ରୋଗର କୌଣସି ଲକ୍ଷଣ ପରିଲକ୍ଷିତ ହେବନାହିଁ କେବଳ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ | ଗୋଟିଏ ଷ୍ଟେସନରୁ ଆଉ ଗୋଟିଏ ଷ୍ଟେସନରେ ପହଞ୍ଚିବା ପରେ ସେହି ରାଜ୍ୟର ମେଡିକାଲ ଗାଇଡଲାଇନ ପାଳନ କରିବା ଅନିବାର୍ଯ୍ୟ | ବରିଷ୍ଠ ନାଗରିକ କିମ୍ବା ଛାତ୍ରଛାତ୍ରୀଙ୍କୁ କୌଣସି ରିହାତି ମିଳିବନାହିଁ | କରୋନା ଭାଇରସ ଯୋଗୁଁ ଏସି କୋଚରେ ଯାତ୍ରୀଙ୍କୁ କମ୍ବଳ, ଗାମୁଛା କିମ୍ବା ଚାଦର ଦିଆଯିବ ନାହିଁ | ନିଜ ଆବଶ୍ୟକୀୟ ଜିନିଷ ନିଜେ ନେଇ ଯିବାକୁ ହେବ |

ଟିକେଟ ବୁକ କରିବା ପୂର୍ବରୁ ଜାଣନ୍ତୁ ଆବଶ୍ୟକୀୟ ତଥ୍ୟ

୧.  ୨୦୦ ସ୍ପେଶାଲ ଟ୍ରେନ ପାଇଁ ବୁକିଂ ଆଜି ସକାଳ ୧୦ଟା ରୁ ଆରମ୍ଭ ହୋଇଛି |

୨. ଆଡ଼ଭାନ୍ସ ରିଜର୍ଭେସନ ପିରିୟଡ଼ ୩୦ ଦିନ ରହିବ | ଅର୍ଥାତ ଆପଣ ମାସେ ପୂର୍ବରୁ ଟିକେଟ ବୁକ କରିପାରିବେ |

୩. ନନ ଏସି ଟ୍ରେନ ପାଇଁ କେବଳ ଇ-ଟିକେଟ ବୁକ କରାଯିବ | ଆଇଆରସିଟିସି ୱେବସାଇଟ କିମ୍ବା ମୋବାଇଲ ଆପ ଜରିଆରେ ଟିକେଟ ବୁକ କରିପାରିବେ | ରିଜର୍ଭେସନ କାଉଣ୍ଟର କିମ୍ବା କୌଣସି ରେଳ ଷ୍ଟେସନରେ ଟିକେଟ ବୁକିଙ୍ଗ ହେବନାହିଁ |

୪. ଏଜେଣ୍ଟମାନଙ୍କ ଜରିଆରେ ଟିକେଟ ବୁକ ହୋଇପାରିବନାହିଁ |

୫. ସମସ୍ତ କୋଚର ଭଡା ସାମାନ୍ୟ ରହିବ | ଏସି/ମେଲ/ଏକ୍ସପ୍ରେସ/ଜନଶତାବ୍ଦୀ ଭଳି ଟ୍ରେନରେ ଭଡା ସମାନ ରହିବ | ଏହିସବୁ ଟ୍ରେନରେ ଉଭୟ ଏସି ଓ ନନ ଏସି କୋଚ ରହିବ |

୬. RAC ଏବଂ ୱେଟିଙ୍ଗ ଲିଷ୍ଟ ଟିକେଟ ବୁକ କରାଯାଇପାରିବ କିନ୍ତୁ ୱେଟିଙ୍ଗ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ଟ୍ରେନକୁ ଚଢ଼ିବାକୁ ଅନୁମତି ଦିଆଯିବ ନାହିଁ | ଯେଉଁମାନଙ୍କ ଟିକେଟ କାନଫର୍ମ ହୋଇଥିବା କେବଳ ସେମାନେ ହିଁ ଯାତ୍ରା କରିପାରିବେ |

୭. ଅନରିଜର୍ଭ ଟିକେଟ ଜାରି କରାଯିବ ନାହିଁ କି ଯାତ୍ରା ସମୟରେ ମଧ୍ୟ କୁନାସି ଯାତ୍ରୀଙ୍କ ଟିକେଟ ଜାରି କରାଯିବ ନାହିଁ |

୮. ଏହିସବୁ ଟ୍ରେନରେ ତତ୍କାଳ ଓ ପ୍ରିମିୟମ ତତ୍କାଳ ବୁକିଂ ଅନୁମତି ମିଳିବନାହିଁ |

୯. ଟ୍ରେନ ଛାଡିବାର ୪ ଘଣ୍ଟା ପୂର୍ବରୁ ଚାର୍ଟ ପ୍ରସ୍ତୁତ ହେବ ଏବଂ ଦ୍ୱିତୀୟ ଚାର୍ଟ ଦୁଇ ଘଣ୍ଟା ପୂର୍ବରୁ ପ୍ରସ୍ତୁତ ହେବ | ପ୍ରଥମ ଓ ଦ୍ୱିତୀୟ ଚାର୍ଟ ମଧ୍ୟରେ କେବଳ ଅନଲାଇନ କରେଣ୍ଟ ବୁକିଙ୍ଗକୁ ଅନୁମତି ଦିଆଯିବ |

   Related Posts