ଦେଶରେ କୋହଳ ହେଲା ଲକ୍‌ଡାଉନ୍ ନିୟମ : ପ୍ରଥମ ଦିନରେ ଗଡ଼ିବ ୨୦୦ ସ୍ବତନ୍ତ୍ର ଟ୍ରେନ, ଯାତ୍ରା କରିବେ ୧ ଲକ୍ଷରୁ ଅଧିକ ଯାତ୍ରୀ

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ ୦୧।୦୬: ଆରମ୍ଭ ହେଲା ଅନଲକ୍-୧.୦ । ଆଜି ଠାରୁ ଦେଶରେ ୨୦୦ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ଏହି ଟ୍ରେନଗୁଡ଼ିକ ବିଭିନ୍ନ ରାଜ୍ୟରେ ଚଳାଚଳ କରିବ । ଜୁନ୍ ୩୦ ତାରିଖ ମଧ୍ୟରେ ଏହି ଟ୍ରେନ ଗୁଡ଼ିକରେ ପ୍ରାୟ ୨୬ ଲକ୍ଷ ଯାତ୍ରୀ ଯାତ୍ରା କରିବେ । ଆଜି ପ୍ରାୟ ୧ ଲକ୍ଷ ୪୫ ହଜାରରୁ ଅଧିକ ଲୋକ ଟ୍ରେନରେ ଯାତ୍ରା କରିବାର ବ୍ୟବସ୍ଥା ହୋଇଛି ।

{"id":279339,"sizeSlug":"large"}

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏନେଇ ରେଲୱେ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି ବା ଆରଏସି ରହିଛି ସେମାନେ ଷ୍ଟେସନ ଭିତରେ ପ୍ରବେଶ କରି ପାରିବେ ଓ ଟ୍ରେନରେ ଯାତ୍ରା କରି ପାରିବେ । ଏଥିପାଇଁ ଯାତ୍ରୀମାନଙ୍କୁ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବାକୁ ପଡ଼ିବ । ଏହାସହ ସମସ୍ତ ଯାତ୍ରୀଙ୍କର କରୋନା ସ୍କ୍ରିନିଂ  ବାଧ୍ୟତାମୂଳକ ହୋଇଛି । ଯେଉଁମାନଙ୍କର କରୋନା ସଂକ୍ରମଣର ଲକ୍ଷଣ ନଥିବ ସେହି ଯାତ୍ରୀମାନଙ୍କୁ ଟ୍ରେନରେ ଯିବା ପାଇଁ ଅନୁମତି ମିଳିବ ।

{"id":279340,"sizeSlug":"large"}

ସେହିପରି ଏବେ ପୁରୀକୁ ଟ୍ରେନ୍ ଚଳାଚଳ କରିବନି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେଣୁ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ସମସ୍ତ ଟ୍ରେନ୍  ଏବେ ଭୁବନେଶ୍ବରରୁ ଗଡ଼ିବ ଏବଂ ପୁରୀକୁ ଯିବାକୁ ଥିବା ଟ୍ରେନ୍ ଭୁବନେଶ୍ବରରେ ଅଟକିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ପୁରୀରୁ ନବାହାରି ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରିବ । ସେହିପରି ଏହା ୩ତାରିଖରେ ନୂଆଦିଲ୍ଲୀରୁ ଫେରିବାକୁ ଥିବା ଏହି ଟ୍ରେନ୍ ପୁରୀ ନଯାଇ ଭୁବନେଶ୍ବରରେ ଅଟକିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.