Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଫେକ୍ ଟ୍ବିଟ୍‌ର ମୂଲ୍ୟ ୨୦୦ ଟଙ୍କା, ଏମିତି ହ୍ବାଟସଅପ୍ ଚାଟ୍ ଭାଇରାଲ ହେବା ପରେ ପ୍ରଶଂସକଙ୍କୁ ଓ୍ବାର୍ଣ୍ଣିଙ୍ଗ ଦେଲେ ସ୍ବରା ଭାସ୍କର

7/10/2019 at 1:14 PM

ମୁମ୍ବାଇ୭|୧୦: ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେଥିଲାଗି ସ୍ବରାଙ୍କୁ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ଟ୍ରୋଲର ଶିକାର ହେବାକୁ ପଡ଼ିଥାଏ। ନିକଟ​‌ରେ ତାଙ୍କ ହ୍ବାଟସ୍ଅପ୍‌ ଚାଟର ସ୍କ୍ରିନ ସଟ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ ଟ୍ବିଟ୍‌ଲାଗି ସ୍ବରା ୨୦୦ ଟଙ୍କା ଦାବି କରୁଥିବା ଲେଖା ରହିଛି। ଏଭଳି ଚାଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସ୍ବରା ନିଜେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ଅକ୍ଟୋବର ୨ ତାରିଖରେ ଘଟିଥିବା ଏକ ଘଟଣା ସଂପର୍କରେ ସ୍ବରା ନିଜ ଟ୍ବିଟ୍‌ର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଦୁଇ ବର୍ଷର ପୁରୁଣା ନ୍ୟୁଜକୁ ସ୍ବରା ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏପରିକି ସୋସିଆଲ ମିଡିଆରେ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ସ୍ବରା ଭାସ୍କରଙ୍କ ଟ୍ବିଟ୍‌ରେ ଜଣେ ୟୁଜର୍ସ ହ୍ବାଟସଅପ୍‌ ଚାଟର ସ୍କ୍ରିନସଟ କରି ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଗୋଟିଏ ଟ୍ବିଟ୍‌ ପାଇଁ ସ୍ବରା ୨୦୦ ଟଙ୍କା ଡିମାଣ୍ଡ କରୁଛନ୍ତି। ଏହି ହ୍ବାଟସଅପ୍‌ରେ ସ୍ବରା ଭାସ୍କରଙ୍କ ନାଁ ଲେଖା ରହିଛି ଏବଂ ଡିପିରେ ତାଙ୍କ ଫଟୋ ମଧ୍ୟ ରହିଛି । ଏହା ଫେକ୍‌ ମେସେଜ ବୋଲି ସ୍ବରା ଭାସ୍କର  ଟ୍ବିଟ୍‌ କରି ଲେଖିଛନ୍ତି। ଏଭଳି ଫେକ୍‌ ମେସେଜ ପୋଷ୍ଟ ନ କରିବା ଲାଗି ସ୍ବରା ତାଙ୍କ ପ୍ରଶଂସକଙ୍କୁ ଓ୍ବାର୍ଣ୍ଣିଙ୍ଗ ଦେଇଛନ୍ତି।

   Related Posts