ମୋଦିଙ୍କ ସ୍ୱାଗତ ପାଇଁ କାଶ୍ମୀର ଓ କନ୍ୟାକୁମାରୀରୁ ଆସିଛି ୨୦୦ କ୍ୱିଣ୍ଟାଲ୍ ଫୁଲ

Published By : Prameya-News7 Bureau | November 30, 2020 IST

ବନାରସ ୩୦/୧୧ : ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ଦିନିକିଆ ଗସ୍ତରେ ବନାରସ ଆସିଛନ୍ତି। ମୋଦିଙ୍କ ସ୍ୱାଗତ ପାଇଁ କାଶୀକୁ ୨୦୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ମହାଆଳତି ପାଇଁ ପ୍ରସ୍ତୁତ କରାଯାଇଥିବା ମଞ୍ଚକୁ ୨୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ଏଥିପାଇଁ କାଶ୍ମୀର, ଦାର୍ଜିଲିଂ, ଉତ୍ତରାଖଣ୍ଡ, କନ୍ୟାକୁମାରୀର ବିଭିନ୍ନ ସ୍ଥାନରୁ ଫୁଲ ଅଣାଯାଇଛି।

{"id":370223,"sizeSlug":"large"}

ଦଶାଶ୍ବମେଧ ଘାଟରେ ଗଙ୍ଗା ଆଳତି ପାଇଁ ଗଙ୍ଗା ସେବା ସମିତି ମୋଦିଙ୍କ ସ୍ୱାଗତ ପାଇଁ ଫୁଲ ବିଛାଇବାକୁ ଯୋଜନା କରିଥିଲା। ସେଥିପାଇଁ ଦେଶର ବିଭିନ୍ନ ସ୍ଥାନରୁ ଫୁଲ ମଗାଯାଇଛି। କାଶ୍ମୀର ଓ ଦାର୍ଜିଲିଂରୁ ଗୋଲାପ ଫୁଲ ମଗାଯାଇଛି। କାଶୀରେ ପାଖାପାଖି ୨୦୦ ପ୍ରକାର ଭିନ୍ନ ଭିନ୍ନ ଫୁଲରେ ସଜାଯାଇଛି। କୄଜ ଓ ଗଙ୍ଗା ଆଳତି ମଞ୍ଚ ମଧ୍ୟ ଫୁଲରେ ସଜାଯାଇଛି।

{"id":370225,"sizeSlug":"large"}

ମୋଦି ପ୍ରଥମ ଦୀପ ଲଗାଇ ଦେବ ଦୀପାବଳି ଆରମ୍ଭ କରିବେ। ଗଙ୍ଗା ଘାଟରେ ପାଖାପାଖି ୧୫ ଲକ୍ଷ ଦୀପ ଲଗାଇବାକୁ ଯୋଜନା ହୋଇଛି। ମୋଦି ଦଶାଶ୍ବମେଧ ଘାଟରେ ଗଙ୍ଗା ଆଳତି କରିବେ। ଏହାପରେ ଚେତସିଂହ ଦୁର୍ଗରେ ଲେଜର ଶୋ' ଦେଖି ଅସ୍ସି ଘାଟ ଦେଇ ରବିଦାସ ଘାଟ ଯିବେ। ସେଠାରୁ ସଡକ ମାର୍ଗ ଦେଇ ମୋଦି ସାରନାଥ ଯିବେ।

{"id":370226,"sizeSlug":"large"}

ଦୀପାବଳି ପୂର୍ବରୁ ମୋଦି ଭର୍ଚୁଆଲ ଜରିଆରେ ଏହି ଯୋଜନାର ଲୋକାର୍ପଣ କରିଥିଲେ। ବନାରସରେ ପହଞ୍ଚିବା ପରେ ମୋଦି ପ୍ରଥମେ ପ୍ରୟାଜରଜ ରୋଡ଼ ସ୍ଥିତ ୬ ଲେନ ଜାତୀୟ ରାଜପଥ ଉଦଘାଟନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.