Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଉଲଗ୍ନ ହୋଇ ଫେରାର ହୋଇଗଲେ ୨୦୦ କଏଦୀ: ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାକୁ ନାକେଦମ୍‌ ହେଲାଣି ସେନା

17/09/2020 at 3:35 PM

କଂପାଲା ୧୭/୦୯: ଅନେକ ସମୟରେ ଜେଲ୍‌ରୁ କଏଦୀ ଫେରାର ହେବା ଘଟଣା ସାମ୍ନାକୁ ଆସେ । ବେଳେବେଳେ ପୋଲିସ ହେପାଜତରେ କଏଦୀଙ୍କୁ କୋର୍ଟ ନେବା ସମୟରେ ସେମାନେ କୌଶଳ କ୍ରମେ ଫେରାର ହେବାରେ ମଧ୍ୟ ନଜିର ରହିଛି । କିନ୍ତୁ ଉଗାଣ୍ଡାର ଏକ ଜେଲ୍‌ରେ ଘଟିଥିବା ଘଟଣା ଚିନ୍ତାର କାରଣ ପାଲଟିଛି । ଆଫ୍ରିକୀୟ ଦେଶ ଉଗାଣ୍ଡାର ଏକ ଜେଲ୍‌ରୁ ୨୦୦ କଏଦୀ ଉଲଗ୍ନ ହୋଇ ଜେଲରୁ ଫେରାର ହୋଇଯାଇଛନ୍ତି ।  

ଉଗାଣ୍ଡାର ପୂର୍ବଭାଗରେ ଅବସ୍ଥିତ ଏକ ଜେଲ୍‌ରେ ୨୦୦ କଏଦୀ ପ୍ରଥମେ କିଛି ସୁରକ୍ଷାକର୍ମୀଙ୍କୁ କାବୁ କରିଥିଲେ । ପରେ ସେମାନଙ୍କୁ ପିନ୍ଧିବାକୁ ଦିଆଯାଉଥିବା ହଳଦିଆ ରଙ୍ଗର ପୋଷାକ ଖୋଲି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଫେରାର ହୋଇଯାଇଥିଲେ। ସହଜରେ ସେମାନଙ୍କୁ ଚିହ୍ନଟ କରିବାକୁ ହଳଦିଆ ରଙ୍ଗର ପୋଷାକ କଏଦୀଙ୍କୁ ଦିଆଯାଇଥିାଏ । ତେବେ ଫେରାର ହୋଇଯାଇଥିବା କଏଦୀଙ୍କୁ ଏବେ ସେନା ଖୋଜୁଛି । ତେବେ ନିକଟରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଫେରାର କଏଦୀମାନେ ଚାଲିଯାଇଥିବା ସେନା ସନ୍ଦେହ କରୁଛି।

ଏଭଳି ଏକ ଘଟଣା ବୁଧବାର ଘଟିଛି। ମୋରୋଟୋ ଜିଲ୍ଲାର ସେନା କ୍ୟାମ୍ପ ପାଖରେ ଏହି ଘଟଣା ଘଟିଛି। ତେବେ​‌ ଏହି ଘଟଣା ଘଟିବା ପରେ ସେନା ମୁଖପାତ୍ର କହିଛନ୍ତି, କାର୍ଯ୍ୟରତ ଓ୍ବାର୍ଡେନଙ୍କୁ କାବୁ କରି ଫେରାର ହେବାରେ ସେମାନେ ସକ୍ଷମ ହୋଇଛନ୍ତି । ସେମାନେ ସମସ୍ତେ ପଶୁ ଚୋରି ମାମଲାରେ ଜେଲ୍‌ରେ ଥିଲେ। ତେବେ ଉଲଗ୍ନ ଅବସ୍ଥାରେ କଏଦୀମାନେ ଫେରାର ହୋଇଥିବାରୁ କୌଣସି ପୋଷାକ ଦୋକନରେ ଆକ୍ରମଣ କରିପାରନ୍ତି ବୋଲି ସେନା ଆଶଙ୍କା ପ୍ରକାଶ କରିଛି।

   Related Posts