କଂଗ୍ରେସର ୨୦୦ କର୍ମକର୍ତ୍ତା ବିଜେପିରେ ସାମିଲ, କମଲନାଥଙ୍କ ପ୍ରଶ୍ନ- କୁଆଡେ ଗଲା ସାମାଜିକ ଦୂରତା ନିୟମ ?

Published By : Prameya-News7 Bureau | May 24, 2020 IST

ଭୋପାଳ ୨୪।୦୫: ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳରେ କଂଗ୍ରେସର ୨୦୦ରୁ ଅଧିକ କର୍ମକର୍ତ୍ତା ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହି ଆୟୋଜନରେ ସାମାଜିକ ଦୂରତା ପାଳନ ହୋଇନଥିବା ଆରୋପ ଲଗାଇ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଶ୍ନ କରିଛନ୍ତି ଯେ, କଣ ସମସ୍ତ ନିୟମ ଗରିବଙ୍କ ପାଇଁ ?

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସମାରୋହରେ ସାଞ୍ଚି ବିଧାନସଭା ଓ ରାୟସେନ ଗ୍ରାମର ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ପଦାଧିକାରୀ ବିଜେପିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବିଷ୍ଣୁଦତ୍ତ ଶ୍ୟାମର ସମସ୍ତଙ୍କୁ ସ୍ଵାଗତ ସଦସ୍ୟତା ଗ୍ରହଣ କରାଇଛନ୍ତି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ ଓ ରାମପାଲ ସିଂହ ଉପସ୍ଥିତ ଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପି କାର୍ଯ୍ୟାଳୟରେ ଆୟେଜିତ ସଦସ୍ୟତା ଅଭିଯାନରେ ସାମାଜିକ ଦୂରତା ନିୟମ ପାଳନ ହୋଇନଥିବା ଉଲ୍ଲେଖ କରି କହିଛନ୍ତି, ନିୟମ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି। ମାତ୍ର ଆପଣଙ୍କ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମିତି କାର୍ଯ୍ୟକ୍ରମ ଆୟୋଜନ ହେଉଛି, ଯେଉଁଠି ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରାଯାଇ ଅନେକ ସଂଖ୍ୟାରେ ଭିଡ ଏକତ୍ର ହେଉଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ଥର ଏମିତି ଘଟି ସାରିଛି।

ସେ ପ୍ରଶ୍ନ କରିଛନ୍ତି, କଣ ମୋଦୀ  ଜୀ ଲକ୍‌ଡାଉନ୍‌ କେବଳ ଗରିବଙ୍କ ଲାଗି ଲାଗୁ ହୋଇଛି  ? ଆପଣଙ୍କ ପାର୍ଟି ନେତା ଉପରେ ଏହି ନିୟମ ଲାଗୁ ହୁଏ ନାହିଁ କି ? କଣ ଏହି ଦୋଷୀଙ୍କ ଉପରେ ସାଧାରଣ ଜନତାଙ୍କ ପରି କାର୍ଯ୍ୟାନୁଷ୍ଠାନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.