ହ୍ରଦରେ ଭାସୁଥିଲା ୨୦୦ ଓ ୫୦୦ ଟଙ୍କିଆ ନୋଟ୍: ଟଙ୍କା ଉଠାଇବାକୁ ପାଣି ଭିତରକୁ ଡେଇଁ ପଡିଲେ ଲୋକେ

Published By : Prameya-News7 Bureau | June 14, 2021 IST

ଅଜମେର ୧୪/୦୬ : ରାଜସ୍ଥାନ ଅଜମେରରେ ଥିବା ଆନାସାଗର ହ୍ରଦରେ କେହି ଜଣେ ନୋଟ୍ ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଦେଇଥିଲା। ରବିବାର ସନ୍ଧ୍ୟାରେ ହଠାତ ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ପାଣିରେ ଭାସୁଥିବା ସୂଚନା ପାଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ହ୍ରଦ ନିକଟରେ ଉପସ୍ଥିତ ଲୋକେ ନୋଟ ଗୋଟାଇବାକୁ ଦୌଡ଼ି ଆସିଥିଲେ। ନଗର ନିଗମ କର୍ମଚାରୀ ମଧ୍ୟ ଡଙ୍ଗା ନେଇ ଟଙ୍କା ଉଠାଇବାକୁ ହ୍ରଦ ଭିତରକୁ ଚାଲି ଯାଇଥିଲେ। ମାମଲା ସମ୍ପର୍କରେ ଗଂଜ ଥାନାକୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଭିଡ ହଟାଇଥିଲା। ତେବେ ହ୍ରଦରେ ନୋଟ୍ ଭର୍ତ୍ତି ବ୍ୟାଗ୍ କିଏ ଓ କାହଁକି ଫୋପାଡିଥିଲା ପୋଲିସ ତାର ଯାଞ୍ଚ କରୁଛି।

୨୦୦ ଓ ୫୦୦ ଟଙ୍କିଆ ନୋଟ୍ ଉଠାଇବାକୁ ହ୍ରଦକୁ ଦେଇ ଡେଇଁଥିବା ମହମ୍ମଦ ଉସ୍ମାନ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ଅଚାନକ କିଛି ନୋଟ ହ୍ରଦରେ ଭାସୁଥିବା ସେ ଦେଖିଥିଲେ। ଏହା ଦେଖି ଅନେକ ଲୋକ ହ୍ରଦକୁ ଡେଇଁ ନୋଟ୍ ଗୋଟେଇବା ଆରମ୍ଭ କରିଥିଲେ। ପାଣିରୁ ସେ ୨୫୦୦ ଟଙ୍କା ଉଠେଇଥିବା କହିଛନ୍ତି। ଅନ୍ୟ ଲୋକମାନେ ମଧ୍ୟ ଟଙ୍କା ଉଠେଇଥିଲେ। ଏହି ଖବର ପୁରା ସହରରେ ବ୍ୟାପିବା ପରେ ଅନେକ ଲୋକ ଟଙ୍କା ନେବାକୁ ହ୍ରଦ ଆଡକୁ ଦୌଡ଼ି ଆସିଥିଲେ ଓ କିଛି ନ ଭାବି ହ୍ରଦକୁ ଡିଆଁ ମାରିଥିଲେ।ହ୍ରଦରେ ମିଳିଥିବା ନୋଟ୍ ସବୁ ନୂଆ, ଯେଉଁଥିରେ ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ସାମିଲ ଅଛି। କେଉଁ ଯୁବକର ପର୍ସ ପାଣିରେ ପଡିଯାଇଥିବ ଓ ପର୍ସରୁ ଟଙ୍କା ବାହାରି ଆସିଥିବା ପୋଲିସ ସନ୍ଦେହ କରୁଛି। କିନ୍ତୁ କିଛି ଲୋକ ନୋଟ୍ ଭର୍ତ୍ତି ବ୍ୟାଗ୍ ସମ୍ପର୍କରେ କହିଛନ୍ତି।

{"id":466108,"sizeSlug":"large","linkDestination":"none"}

ଅନ୍ନସାଗର ହ୍ରଦରେ ନୋଟ୍ ଭାସୁଥିବା ସମ୍ବନ୍ଧରେ ସୂଚନା ପାଇ ଅଜମର୍ ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀମାନେ ମଧ୍ୟ ନିଜ କାମ ଛାଡି ଘଟଣାସ୍ଥଳକୁ ଆସିଥିଲେ ଏବଂ ସେମାନେ ମଧ୍ୟ କିଛି ଟଙ୍କା ପାଇଥିଲେ। ପୋଲିସ ଆସିବା ପରେ ସେଠାରେ ଉପସ୍ଥିତ ଲୋକେ ନୋଟ ନେଇ ସେଠାରୁ ଚାଲିଯାଇଥିଲେ। ବର୍ତ୍ତମାନ ହ୍ରଦରୁ ନୋଟ୍ ବାହାର କରିବା କୌତୁହଳର ବିଷୟ ପାଲଟିଛି। ନୋଟ କାହାର ଏବଂ ହ୍ରଦକୁ କିଭଳି ଆସିଲା ପୋଲିସ ତାର ଯାଞ୍ଚ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.