ଲଘୁଚାପ ବର୍ଷା ଭାଙ୍ଗିଦେଲା ଘର : କୃଷ୍ଣପ୍ରସାଦରେ ମାଟିରେ ମିଶିଲା ୨ଶହରୁ ଅଧିକ ଘର
26/10/2019 at 9:27 AM

କୃଷ୍ଣପ୍ରସାଦ ୨୬।୧୦: ଲଘୁଚାପ ବର୍ଷା ଭାଙ୍ଗିଦେଲା ଘର । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକରେ ୩ ଦିନର ଲଗାଣ ବର୍ଷାରେ ୨ଶହରୁ ଅଧିକ ମାଟି ଘରର କାନ୍ଥ ଭୁଶୁଡି ପଡିଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ୨୪୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ପ୍ରବଳ ବର୍ଷାରେ ତିତିପ ପଞ୍ଚାୟତ, ରାମଲେଙ୍କା ପଞ୍ଚାୟତ, ମାଲୁଦ, ବୁଦ୍ଧିବର, ସିଆଳ, ଗୁମୁଣ୍ଡିଆ, ବଡ଼ଝାଡ଼, ଚିଲିକା ନୂଆପଡା ସମେତ ବିଭିନ୍ନ ପଂଚାୟତରେ ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି । ବର୍ଷାରେ ୨ ଶହରୁ ଅଧିକ ମାଟି ଘରର କାନ୍ଥ ଭୁଶୁଡିଥିବା ଜଣାପଡିଛି ।

ପ୍ରଶାସନ ଏ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ପହଞ୍ଚି ନାହିଁ କି ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପାଲ ଖଣ୍ଡେ ମିଳିନାହିଁ । ଖୋଲା ଆକାଶ ତଳେ ବିତୁଛି ସେମାନଙ୍କ ଜୀବନ । ଖାଲି ସେତିକି ନୁହେଁ ବର୍ଷା ପାଣିରେ ଭିଜୁଛି ଚାଷୀଙ୍କ ପାଚିଲା ଧାନ । ବିଲରେ ପାଣି ମାଡି ଯାଇଛି । ପ୍ରଶାସନ ପହଞ୍ଚି ନଥିବାରୁ ଚାଷୀମାନେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ।