ପ୍ରେମିକାକୁ ଦେଖା କରିବାକୁ ସୀମା ପାର୍ କରି ଯାଉଥିଲେ ପାକିସ୍ତାନ : ବିଏସ୍‌ଏଫ୍‌ ହାତରେ ଧରାପଡିଲେ ପ୍ରେମିକ

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ ୧୭/୦୭ : ଗୁରୁବାର ଦିନ ସୀମା ପରୈ କରି ପାକିସ୍ତାନ ଯିବାକୁ ଚେଷ୍ଟା କରୁଥିବା ଜଣେ ୨୦ ବର୍ଷ ବୟସ ଯୁବକଙ୍କୁ ଗୁଜରାଟ ରନ କୁଚ ଅଞ୍ଚଳରୁ ବିଏସଏଫ ଯବାନ ଧରିଥିଲେ | ଯୁବକ ଜଣକ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ଯାଉଥିଲେ ବୋଲି ଜଣାପଡିଛି | ଯୁବକ ଜଣକ କହିଛନ୍ତି ଯେ ସେ ପାଖାପାଖି ୧୨୦୦ କିଲୋମିଟର ଯାତ୍ରା କରି ମହାରାଷ୍ଟ୍ର ଓସମାନାବାଦରୁ କରାଚୀ ଶାହ ଫଇସଲା ଟାଉନକୁ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ଯାଉଥିଲେ |

ଫେସବୁକ ଜରିଆରେ ସିଦ୍ଦିକି ମହମ୍ମଦଙ୍କ ଉକ୍ତ ଯୁବତୀଙ୍କ ସହିତ ବନ୍ଧୁତା ହୋଇଥିଲା | ଏହାପରେ ଉଭୟ ଲଗାତାର ଫେସବୁକ ଓ ହ୍ୱାଟ୍ସଅପ ଜରିଆରେ ପରସ୍ପର ସହ ସମ୍ପର୍କରେ ଅଛନ୍ତି | ସେ ପ୍ରେମିକାଙ୍କୁ ଦେଖା କରିବାକୁ ପାକିସ୍ତାନ ଯିବାକୁ ଚାହୁଁଥିଲେ | ଏଥିପାଇଁ ସେ ଗୁଗଲ ମ୍ୟାପ ଦେଖି ସୀମା ପାର ହେବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି |

ବିଏସଏଫ ଯବାନ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ | ଯବାନ କହିଛନ୍ତି ଯେ ସିଦ୍ଦିକି କୁଚ ସୀମା ପାର କଲାବେଳେ ଅଚେତ ହୋଇପଡିଥିଲେ | ସିଦ୍ଦିକିଙ୍କ ପାଖରେ ଏଟିଏମ କାର୍ଡ, ଆଧାର କାର୍ଡ, ପାନ କାର୍ଡ ଥିଲା ଯାହା ଯବାନଙ୍କୁ ଯୁବକଙ୍କୁ ଚିହ୍ନିବରେ ସାହାଯ୍ୟ କରିଥିଲା |

ସର୍ଚ୍ଚ ଅପରେସନସମୟରେ, ବିଏସଏଫ ଯବାନ ଏକ ବାଇକ ପାଇଥିଲେ ଯାହା ସିଦ୍ଦିକି ସୀମା ନିକଟରେ ଥିଲା | ସେହି ବାଇକରେ ସିଦ୍ଦିକି ମହାରାଷ୍ଟ୍ରରୁ ଗୁଜରାଟ ଆସିଥିଲେ | ମହାରାଷ୍ଟ୍ର କ୍ରାଇମ ବ୍ରାଞ୍ଚ ପୋଲିସ ସୂଚନା ଅନୁଯାୟୀ ସିଦ୍ଦିକି ଇଣ୍ଡୋ-ପାକ ସୀମାରୁ ପାଖାପାଖି ଦେଢ଼ କିମି ଦୂରରୁ ଉଦ୍ଧାର ହୋଇଥିଲେ | ମହାରାଷ୍ଟ୍ର ପୋଲିସ ସୂଚନା ଅନୁଯାୟୀ, ମହାରାଷ୍ଟ୍ର ପୋଲିସ ଗୁଜରାଟ ପୋଲିସକୁ ସୂଚନା ଦେଇଥିଲେ ଯେ ସିଦ୍ଦିକିଙ୍କ ବାପା ମା ଥାନାରେ ତାଙ୍କର ଏକ ନିଖୋଜ କମ୍ପ୍ଲେନ କରିଛନ୍ତି | ଗୁଜରାଟ ପୋଲିସ ବିଏସଏଫ ଅଫିସରଙ୍କୁ ଏହି ମାମଲାରେ ସାହାଯ୍ୟ କରିବାକୁ କହିଥିଲେ | ବିଏସଏଫ ଅଫିସର ଯୁବକଙ୍କ ମୋବାଇଲ ଫୋନ ଟ୍ରାକ କରିବା ପରେ ସେ ଢୋଲାଭିରା ଅଞ୍ଚଳରେ ଥିବା ଜଣାପଡିଥିଲା | ଅଧିକ ତଦନ୍ତ ପାଇଁ ବିଏସଏଫ ଯବାନ ସିଦ୍ଦିକିଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ଯେପରିକି ମାମଲାର ସତ୍ୟାସତ୍ୟ ଜଣାପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.