ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ଦୋଷୀକୁ ୨୦ ବର୍ଷ କାରା ଦଣ୍ଡାଦେଶ

Published By : Prameya-News7 Bureau | December 13, 2019 IST

ଢେଙ୍କାନାଳ ୧୩।୧୨- ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ଦୋଷୀକୁ ୨୦ ବର୍ଷ କାରା ଦଣ୍ଡାଦେଶ । ଢେଙ୍କାନାଳ ଭୁବନ ମାର୍ଥାପୁର ନାବାଳିକା ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ଏହି ରାୟ ଶୁଣାଇଛନ୍ତି ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତ । 

୨୦୧୫ ଜୁଲାଇ ୨୦ରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ଭିଡିଓ ଭାଇରାଲ କରାଯାଇଥିବା ନେଇ ଗ୍ରାମ ସଭାପତିଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ। ଫଳରେ ଭୁବନ ପୁଲିସ ତଦନ୍ତରେ ଏହି ଘଟଣାରେ  ମାର୍ଥାପୁର ୩ଜଣ ଅଭିଯୁକ୍ତଙ୍କୁ ଗିରବ କରି କୋର୍ଟ ଚାଲାଣ କରିଥିଲା ।

ଏହି ମାମଲାକୁ ଢେଙ୍କାନାଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ବିଚାର ଚାଲିଥିଲା । ତେବେ ଶୁକ୍ରବାର ଏହାର ଶୁଣାଣି କରି ମୁଖ୍ୟ ଅଭିଯୁକ୍ତ ଶତ୍ରୁଘ୍ନ ସାହୁଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  ସେହିପରି ଘଟଣାରେ ସହଯୋଗୀ ଶେଷଦେବ ବାରିକକୁ ୨ବର୍ଷ ସଶ୍ରମ କାରାଦଣ୍ଡ ଦେଇଥିବା ବେଳେ ଅନ୍ୟ ଅଭିଯୁକ୍ତ ଗୋବିନ୍ଦ ମିଶ୍ରଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.