ନିଜକୁ ଭଗବାନ ରାମଚନ୍ଦ୍ରଙ୍କର ବଂଶଜ ବୋଲି କୁହନ୍ତି ଏହି ୨୧ବର୍ଷ ବୟସ୍କ ଯୁବକ : ୨୦,୦୦୦କୋଟି ଟଙ୍କା ସମ୍ପତ୍ତିର ମାଲିକ

Published By : Prameya-News7 Bureau | November 09, 2019 IST

ଜୟପୁର ୯/୧୧: ମାତ୍ର ୨୧ବର୍ଷ ବୟସରେ ଜଣେ ଯୁବକ ୨୦ହଜାର କୋଟି ସମ୍ପତ୍ତିର ମାଲିକ ,ଏହା ଶୁଣିବାକୁ ବିଚିତ୍ର ଲାଗୁଥାଇପାରେ। କିନ୍ତୁ ଏହା ପୂରା ସତ୍ୟ। କେବଳ ଏତିକି ନୁହେଁ, ଏହି ଯୁବକ ନିଜକୁ ଭଗବାନ ରାମଚନ୍ଦ୍ରଙ୍କ ବଂଶଜ ବୋଲି କହୁଛନ୍ତି।

{"id":181350}

ଏହି ଯୁବକଙ୍କ ନାଁ ପଦ୍ମନାଭ ସିଂହ ଏବଂ ସେ ଜୟପୁର ରାଜବଂଶର। ସେ ଜୟପୁରର ରାଜପରିବାରର ୩୦୩ତମ ବଂଶଧର। ସେ ଜଣେ ମଡେଲ୍,ପୋଲୋ ଖେଳାଳି ଏବଂ ପରିବ୍ରାଜକ। ସେ ବୁଲିବାକୁ ବହୁତ ଭଲ ପାଆନ୍ତି। ସବୁଠୁ ଅଧିକ ଖର୍ଚ୍ଚ ସେ ବୁଲିବା ପାଇଁ କରନ୍ତି।

{"id":181351}

କୁହାଯାଏ ଯେ ଜୟପୁରର ପୂର୍ବତନ ରାଜା ଭବାନୀ ସିଂହ ଭଗବାନ ରାମଚନ୍ଦ୍ରଙ୍କ ପୁଅ କୁଶଙ୍କ ୩୦୯ତମ ବଂଶଧର। ଏହି ରାଜବଂଶର ପଦ୍ମିନୀ ଦେବୀ ନିଜେ ଏକ ଟିଭି ଚ୍ୟାନେଲର ସାକ୍ଷାତକାରରେ ଏହି କଥା କହିଥିଲେ। ଏହା ବ୍ୟତୀତ ଏହି ରାଜବଂଶ ନିଜ ଅଫିସିଆଲ ସାଇଟରେ ମଧ୍ୟ ଏହାର ସୂଚନା ଦେଇଛନ୍ତି।

{"id":181352}

ନିଜ ରାଜକୀୟ ଜୀବନଶୈଳୀ ପାଇଁ ଜଣାଯାଉଥିବା ପଦ୍ମନାଭ ସିଂହଙ୍କର ଜୟପୁରର ରାମ ନିବାସରେ ନିଜର ସୁନ୍ଦର ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟରେ ଏକ ବେଡରୁମ୍,ସାଇଟ ବାଥରୁମ୍,ଡ୍ରେସିଙ୍ଗ ରୁମ୍,ପ୍ରାଇଭେଟ ଡାଇନିଙ୍ଗ ରୁମ୍,ପ୍ରାଇଭେଟ କିଚେନ,ବାରଣ୍ଡା ଏବଂ ସୁଇମିଙ୍ଗ ପୁଲ ରହିଛି।

{"id":181353}

୨୦୧୧ମସିହାରେ ଏହି ରାଜବଂଶର ମୋଟ ସମ୍ପତ୍ତି ୬୨୧.୮ମିଲିୟନ ଅର୍ଥାତ୍ ୪୪ଆରବ ଟଙ୍କାଠୁ ମଧ୍ୟ ଅଧିକ ଥିଲା, ଯାହା ଏବେ ବଢ଼ି ୪୮ ଆରବଠୁ ଅଧିକ ହୋଇଯାଇଛି।

{"id":181354}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.