୨୦ବର୍ଷ ପରେ ଶ୍ରାବଣ ମାସର ତୃତୀୟ ସୋମବାରରେ ହେବ ଏହି ବିରଳ ସଂଯୋଗ : ସମସ୍ତଙ୍କ ମନସ୍କାମନା ହେବ ପୂର୍ଣ୍ଣ
4/08/2019 at 12:21 PM

ନୂଆଦିଲ୍ଲୀ ୪/୮: ଆମ ଦେଶରେ ବିଭିନ୍ନ ସଂସ୍କୃତି ଏବଂ ଧର୍ମ ସମ୍ପନ୍ନ ଲୋକେ ବାସ କରନ୍ତି। କିଛି ନା କିଛି ପର୍ବ ସବୁବେଳେ ପାଳନ କରାଯାଇଥାଏ। ଏଗୁଡ଼ିକ ଅତ୍ୟନ୍ତ ଧୁମଧାମ୍ ସହକାରେ ପାଳନ କରାଯାଇଥାଏ। ଏପରି ଏକ ପର୍ବ ହେଉଛି ନାଗ ପଞ୍ଚମୀ ଯାହା ଶ୍ରାବଣ ମାସରେ ପାଳନ କରାଯାଇଥାଏ। ଚଳିତ ବର୍ଷ ନାଗ ପଞ୍ଚମୀ ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୫ ତାରିଖରେ ପାଳନ କରାଯିବ। ଏହି ଦିନ ନାଗ ଦେବତାଙ୍କୁ ପୂଜା କରାଯାଇଥାଏ। ଏହା ପୂର୍ବରୁ ଏହି ଯୋଗ ୨୦ବର୍ଷ ତଳେ ୧୯୯୩ମସିହାରେ ଅଗଷ୍ଟ ୧୬ ତାରିଖରେ ହୋଇଥିଲା। ଏହି ଯୋଗରେ ଯଦି ନାଗ ଦେବତାଙ୍କ ପୂଜା କରାଯାଏ ତେବେ ଭକ୍ତଙ୍କ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ନାଗ ପଞ୍ଚମୀରେ ସୋମବାର ଏହି ବିଶେଷ ସଂଯୋଗ ମନୁଷ୍ୟଙ୍କୁ ଶାନ୍ତି ପ୍ରଦାନ କରିଥାଏ। ନାଗପଞ୍ଚମୀ ଦିନ ଶିବଙ୍କ ରୁଦ୍ରାଭିଷେକ ପୂଜା ଏବଂ କାଳସର୍ପ ଦୋଷ ପୂଜା କରିବା ଶୁଭ କୁହାଯାଇଥାଏ। ନାଗ ପଞ୍ଚମୀର ଶୁଭ ମୂହୁର୍ତ୍ତ :
ଏହି ତିଥି ଅଗଷ୍ଟ ୪ ସନ୍ଧ୍ୟା ୬:୪୮ରେ ଆରମ୍ଭ ହୋଇ ଅଗଷ୍ଟ ୫ତାରିଖରେ ଦ୍ବିପ୍ରହର ୨:୫୨ ଯାଏଁ ରହିବ।
ନାଗ
ପୂଜାର ସମୟ :
ନାଗ ପୂଜାର ସମୟ ଅଗଷ୍ଟ ୫ତାରିଖ ସକାଳ ୬ଟାରୁ ୭:୩୭ ଯାଏଁ ଏବଂ ୯:୧୫ରୁ ୧୦:୫୩ଯାଏଁ ରହିବ।
ପୂଜା ବିଧି
:
ନାଗଦେବତାଙ୍କ
ପୂଜାରେ ହଳଦୀ,ଧୂପ,ଦୀପରେ ପୂଜା କରନ୍ତୁ। ଦେବତାଙ୍କୁ ସମାନ ଭାବେ ମିଠା ଭୋଗ କରନ୍ତୁ ଏବଂ ନଡ଼ିଆ
ଅର୍ପଣ କରନ୍ତୁ। ଗୋଟିଏ କଥା ମନେ ରଖନ୍ତୁ ଯେ ସବୁବେଳେ ନାଗ ଦେବତାଙ୍କ ମୂର୍ତ୍ତି ପୂଜା କରନ୍ତୁ
। ନାଗ ମନ୍ଦିରରେ ନାଗଦେବତାଙ୍କ ପୂଜା କରିବା ଉଚିତ୍ ମନେ କରାଯାଇଥାଏ।
ଗରୁଡ଼ ପୁରାଣ
ଅନୁସାରେ ସାପ କାମୁଡ଼ିବା ଦ୍ବାରା ହୋଇଥିବା ମୃତ୍ୟୁ ଦ୍ବାରା ଅଧୋଗତି ପ୍ରାପ୍ତ ହୋଇଥାଏ। କିନ୍ତୁ
କେତେକ ତିଥିରେ ସାପ କାମୁଡ଼ିବା ଅଶୁଭ ହୋଇଥାଏ। ଯେପରିକି-ଅଷ୍ଟମୀ,ଦଶମୀ,ଚତୁର୍ଦ୍ଦଶୀ ଅମାବାସ୍ୟା
ଆଦି ତିଥି।