୧୫ ବର୍ଷର ନାବାଳକ ସହ ଯୁବତୀଙ୍କର ହେଲା ପ୍ରେମ ; ଉଭୟଙ୍କ ମଧ୍ୟରେ ଥିଲା ଶାରୀରିକ ସଂପର୍କ, ଜେଲ୍ ଗଲେ ଯୁବତୀ

Published By : Prameya-News7 Bureau | December 01, 2018 IST

ଇନ୍ଦୋର ୦୧|୧୨: ମଧ୍ୟପ୍ରଦେଶ ଇନ୍ଦୋରରେ ଜଣେ ୨୦ବର୍ଷୀୟ ଯୁବତୀଙ୍କର ୧୫ବର୍ଷୀୟ ନାବାଳକ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ନାବାଳକ କିଶୋର ଯୁବତୀଙ୍କର ପଡୋଶୀ ଥିଲେ । ଉଭୟଙ୍କ ମଧ୍ୟରେ ମିଳାମିଶା ମଧ୍ୟ ହେଉଥିଲା । ଏମିତି କିଛି ଦିନ ଗଲା ପରେ ଦିନେ ଉଭୟ ଘରଛାଡି ଚାଲିଗଲେ । ଉଭୟଙ୍କ ଘରଲୋକ ସେମାନଙ୍କୁ ବହୁ ଖୋଜିଖୋଜି କଲେ । ମାତ୍ର ସେମାନଙ୍କର କୌଣସି ବି ପତ୍ତା ମିଳିଲା ନାହିଁ । ଏହାପରେ ପୁଅଟିର ଘର ଲୋକ ବାଧ୍ୟ ହୋଇ ଥାନାକୁ ଗଲେ । ପୁଅଟିକୁ ନିଜ ପ୍ରେମ ଜାଲରେ ଫସାଇ ଯୁବତୀ ଜଣକ ସାଙ୍ଗରେ ନେଇ ଫେରାର ହୋଇଯାଇଥିବା ପରିବାରଲୋକ ଥାନାରେ ଅଭିଯୋଗ କଲେ । ପୋଲିସ ଯୁବତୀଙ୍କ ବିରୋଧରେ ଅପହରଣ ମାମଲା ଦାୟର କରି ତଦନ୍ତ ଆରମ୍ଭ କଲା । ଅନ୍ୟପଟେ ପରିବାରଲୋକ ମଧ୍ୟ ଉଭୟଙ୍କୁ ଖୋଜାଖୋଜି କରୁଥିଲେ । କିଛି ଦିନ ପରେ ସେମାନଙ୍କ ସହ ପରିବାରଲୋକଙ୍କର ଯୋଗାଯୋଗ ହେଲା । ତେବେ ପରିବାରଲୋକ ସେମାନଙ୍କୁ ଘରକୁ ଫେରିଆସିବା ପାଇଁ କହିଥିଲେ ଏବଂ ସେମାନେ ଯାହା କହିବେ ତାଙ୍କ କଥାରେ ରାଜି ହେବେ ବୋଲି ମଧ୍ୟ କହିଥିଲେ । ପରିବାରଲୋକଙ୍କଠାରୁ ଏଭଳି କଥା ଶୁଣି ଉଭୟ ଘରକୁ ଫେରିଆସିଥିଲେ । ଉଭୟଙ୍କୁ ନେଇ ପରିବାରଲୋକ ଥାନାରେ ଆସି ପହଞ୍ଚିଲେ । ମାତ୍ର ଯୁବତୀ ଜଣକ ନିଜ ଜିଦରେ ଅଟଳ ରହିଲେ । ସେ କିଶୋରଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଯୁବତୀ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ, କିଶୋର ତାଙ୍କ ସହ ଶାରିରୀକ ସଂପର୍କ ମଧ୍ୟ ରଖିଛନ୍ତି । ଏହାପରେ ଯୁବତୀଙ୍କୁ ପୋଲିସ ଗିରଫ କରିଥିଲା । ପୋକ୍ସୋ ଆକ୍ଟ ଅନୁଯାୟୀ କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ଜେଲ୍ ପଠାଇଦିଆଗଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.