୨୦ ବର୍ଷ ବୟସ୍କ ଯୁବକ ବିବାହ କଲେ ୬୦ ବର୍ଷ ବୟସ୍କା ମହିଳାଙ୍କୁ, ଏମିତି ଆରମ୍ଭ ହୋଇଥିଲା ପ୍ରେମ କାହାଣୀ
20/01/2020 at 4:20 PM

ରାମପୁର : ଉତ୍ତରପ୍ରଦେଶ ରାମପୁରର ଏକ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରଙ୍ଗ ନମ୍ବର କଲରୁ ପ୍ରେମ ଏତେ ଆଗକୁ ବଢିଗଲା ଯେ ଜଣେ ୨୦ ବର୍ଷ ବୟସ୍କ ଯୁବକ ୬୦ ବର୍ଷ ବୟସ୍କା ମହିଳାଙ୍କ ମଥାରେ ସିନ୍ଦୁର ପିନ୍ଧାଇ ତାଙ୍କୁ ବାହା ହୋଇଛନ୍ତି। ରଙ୍ଗ ନମ୍ବର କଲରୁ ପ୍ରେମୀଯୁଗଳଙ୍କ ପରିଚୟ ହୋଇଥିଲେ। ପରେ ଘଣ୍ଟା ଘଣ୍ଟା କଟାଇଥିଲେ ଫୋନରେ। ଭିଡିଓ କଲିଂରେ ସେମାନେ ଏତେ ନିକଟତର ହୋଇଥିଲେ ଯେ ଶେଷରେ ପରସ୍ପରକୁ ବିହାହ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏବେ ବିବାହ କରି ସେମାନେ ଜନ୍ମଜନ୍ମର ସାଥୀ ହୋଇଯାଇଛନ୍ତି।

ପ୍ରାୟ ୨ ବର୍ଷ ପୂର୍ବେ ରାମପୁର ଜିଲ୍ଲା ଅଜିମ ନଗରର ଜଟପୁରା ଗାଁରେ ରହୁଥିବା କେଶରବତୀଙ୍କ ଫୋନକୁ ଏକ ରଙ୍ଗନମ୍ବର କଲ ଆସିଥିଲା। ହର୍ଦ୍ଦୋଇର ୨୦ ବର୍ଷ ବୟସ୍କ ଯୁବକ ରାକେଶ ପାଲଙ୍କ ନମ୍ବରରୁ ଏହି କଲ ଯାଇଥିଲା। ପ୍ରଥମ କଥାବାର୍ତ୍ତାରୁ ପରେ ସେମାନଙ୍କ ମଧ୍ୟରେ ନିୟମିତ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। ଏଥିରୁ ଉଭୟଙ୍କୁ ବେଶ୍ ଖୁସି ମିଳୁଥିଲା। ଧିରେ ଧିରେ ସେମାନେ ଘଣ୍ଟା ଘଣ୍ଟା ଫୋନରେ ବିତେଇବାରେ ଲାଗିଲେ। ଟେଲିଫୋନ କଥାବାର୍ତ୍ତାରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହେବା ସହ କେତେବେଳେ ପ୍ରେମ ବି ଆରମ୍ଭ ହୋଇଯାଇଥିଲା ତା ୬୦ ବର୍ଷ ବୟସ୍କା କେଶରବତୀ ଜାଣିପାରିନଥିଲେ।

ଏମିତି କଥାକଥାରେ ଥରେ ରାକେଶ ତାଙ୍କ ଭଲ ପାଇବା ପ୍ରକାଶ କରିବା ସହ ବିବାହ ଲାଗି ପ୍ରସ୍ତାବ ବି ଦେଇଦେଲା। କେଶରବତୀ ପ୍ରସଙ୍ଗରେ ଖୁବ୍ ଭାବିଚିନ୍ତି ତାଙ୍କର ଜବାବ ବି ଦେଲେ। ୪ ବର୍ଷ ପୂର୍ବେ କେଶରବତୀଙ୍କ ଝିଅ ବାହା ହୋଇଥିଲା। ଏଣୁ ତାଙ୍କର ସାଂସାରିକ ଜଞ୍ଜାବି ନଥିଲା। ତେବେ ଯାହା ସମସ୍ୟା ଥିଲା ତାହା ହେଉଛି ରାକେଶ ଓ ତାଙ୍କ ମଧ୍ୟରେ ବୟସର ପ୍ରାର୍ଥକ୍ୟ ତାକୁ ରାକେଶ ଦୂର କରି କେଶରବତୀଙ୍କୁ ବିବାହ କରିଛନ୍ତି।