୮ ବର୍ଷର ଯାଯାବର ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ

Published By : Prameya-News7 Bureau | November 06, 2021 IST

ଅନୁଗୁଳ, ୦୬/୧୧: ଦୁଇ ବର୍ଷ ତଳେ ଅନୁଗୋଳ ସହରରେ ଘଟିଥିବା ୮ ବର୍ଷର ଯାଯାବର ନାବାଳିକାକୁ ବଳାତ୍କାର ପରେ ଦରମରା କରି ଫିଙ୍ଗିଦେବା ମାମଲାର ରାୟ ଶନିବାର ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ପ୍ରକାଶ ପାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାମଲାର ଶୁଣାଣି କରି ଅଭିଯୁକ୍ତ ଶିବୁ ଓରଫ ଶୁଭ୍ରାଂଶୁ ଶେଖର ପଟ୍ଟନାୟକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥି ସହିତ ୨୮ ହଜାର ଜରିମାନା ଆଦେଶ, ଜରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଭୋଗିବାକୁ ପଡ଼ିବ ବୋଲି ସୂଚନା ମିଳିଛି। ୩୦ ଜଣଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରଯାଇଥିଲା। ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ଏଇ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସରୋଜ କୁମାର ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.