ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗିର : ୨୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

Published By : Prameya-News7 Bureau | August 13, 2019 IST

ବଲାଙ୍ଗୀର ୧୩|୮: ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗିର । ଉଛୁଳୁଛି ତେଲ ନଦୀ । ତେଲ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଟିକ୍ରାପଡା, ଲକ୍ଷ୍ମୀନଗରପଡା, ରୁଗୁଡିପଡା, ଷ୍ଟେସନ ରୋଡ୍ ଅଞ୍ଚଳରେ ବର୍ଷା ବିତ୍ପାତ ଦେଖାଦେଇଛି ।

{"id":143802}

ଗୁଡଭେଲା ବ୍ଲକର ପାଖାପାଖି ୨୦ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଗତକାଲିଠାରୁ ବଲାଙ୍ଗୀରରେ ବର୍ଷା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.