Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ : ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ୩ଟି ପଞ୍ଚାୟତର ୨୦ଟି ଗାଁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍

6/08/2020 at 10:49 AM

ପାଟଣା ୦୬।୦୮: କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ହୁହୁ ହୋଇ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୯୩୬ରେ ପହଞ୍ଚିଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି, ଯାହାକି ଜିଲ୍ଲା ପ୍ରଶାସନର ମୁଣ୍ଡ ବଥା ସାଜିଛି । ତେବେ ସାହାରପଡା ବ୍ଲକରେ ଦିନକୁ ଦିନକୁ  ଆକ୍ରାନ୍ତ ବୃଦ୍ଧି ପାଉଥିବା ରୁ ବ୍ଲକ ର ତିନିଟି ପଞ୍ଚାୟତର ସରପଞ୍ଚ ଗାଁକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ । ସାହାରପଡା ବ୍ଲକର ଡାଳପକା , କୁଣ୍ଡୁଳା, ଓ ଖଜିରାପାଟ ପଞ୍ଚାୟତର ୨୦ଟି ଗାଁକୁ ୭୨ ଘଣ୍ଟା ସଟ୍‌ଡାଉନ ଘୋଷଣା କରାଯାଇଛି ।  ତିନୋଟି ପଞ୍ଚାୟତର ସରପଞ୍ଚ ୭୨ ଘଣ୍ଟା ସଟ୍ ଡାଉନ ଘୋଷଣା କରିଛନ୍ତି। ଏହି ସଟ୍‌ଡ଼ାଉନ୍‌ ସମୟରେ କେବଳ  ଜରୁରୀକାଳୀନ ସହ କିଛି ସେବା ପାଇଁ ଜାରି ରହିବ । ସେହିପରି  ଗ୍ରାମବାସୀଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ଉକ୍ତ ପଞ୍ଚାୟତ ସରପଞ୍ଚ ମାନେ ଅନୁରୋଧ କରିଛନ୍ତି। ଯଦି କେହି କୋଭିଡ଼ କଟକଣାକୁ ଅବମାନନା କରନ୍ତି , ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

   Related Posts