ଇଷ୍ଟର୍ଣ୍ଣ ପେରିଫେରଲ Express-wayରେ ସିରିଏଲ ଦୁର୍ଘଟଣା, ପରସ୍ପର ସହ ଧକ୍କା ଲାଗିଲେ ୨୦ ଗାଡି, ୪୦ରୁ ଅଧିକ ଆହତ

Published By : Prameya-News7 Bureau | January 26, 2020 IST

ବାଗପତ୨୬।୧:  ଥଣ୍ଡା ଓ କୁହୁଡି ସମଗ୍ର ଉତ୍ତରପ୍ରଦେଶକୁ ଆଛାଦିତ କରି ରଖିଛି। କୁହୁଡି ଯୋଗୁ ରବିବାର ପଶ୍ଚିମ ଉତ୍ତରପ୍ରଦେଶର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ୍ ୱେରେ ଭୀଷଣ ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୂରକୁ ଦେଖି ହେଉନଥିବା ବେଳେ ପରସ୍ପର ସହ ଏକକାଳୀନ ୨୦ଟି ଗାଡି ଧକ୍କା ଲାଗିଛନ୍ତି। ଫଳରେ ୪୦ରି ଊର୍ଦ୍ଧ୍ୱ ଯାତ୍ରୀ  ଆହତ ହୋଇଥିବା ବାଗପତ୍ ପୋଲିସ ସୂତ୍ରରୁ ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା ଥିବା ପୋଲିସ ଅଧିକାରୀ କହିଛନ୍ତି।

{"id":216389,"width":575,"height":383,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ବାଗପତ୍‌ର ଖେକଡାରେ ଏହି ସିରିଜ୍ ଦୁର୍ଘଟଣା ଘଟିଥିଲା। ପେରିଫେରାଲ ଏକ୍ସପ୍ରେସ୍ ୱେରେ ସକାଳ ୮ ଟା ବେଳେ ଅଚନାକ କୁହୁଡି ମାଡି ଆସିଥିଲା। କୁହୁଡି ଏତେ ଘନ ଥିଲେ ଯେ ୧୦ ମିଟର ଆଗକୁ ବି ଦେଖାଯାଉନଥିଲା ଏଥିରେ ସକାଳ ପ୍ରାୟ ୯ଟା ବେଳେ ରାସ୍ତାରେ ଥିବା ଏକ ପୋଲ ଉପରେ ଆଗରେ ଥିବା କାରଟି ଅଚାନକ ବ୍ରେକ୍ ଲଗାଇଥିଲା। ଫଳରେ ପଛରୁ ଆସୁଥିବା ଗୋଟିଏ ପରେ ଗୋଟିଏ ଗାଡି ପରସ୍ପର ସହ ଖୁବ୍ ଜୋରରେ ଧକ୍କା ଲାଗିଥିଲେ।

{"id":216390,"width":581,"height":368,"sizeSlug":"large"}

ଘଟଣା ନେଇ କେହି କିଛି ଜାଣିବା ପୂର୍ବରୁ ଲୋକଙ୍କ ଚିତ୍କାରରେ ଅଞ୍ଚଳ ଫାଟିପଡିଥିଲା। ଏଥିରେ ଦୁର୍ଘଟଣାଗ୍ରସ୍ତ ଏକ ଗାଡିରୁ ଲୋକଙ୍କୁ ଉଦ୍ଧାର ଲାଗି ୨ ଜଣ ଯୁବକ ଓହ୍ଲାଇବା ମାତ୍ରେ ସେମାନେ ଏକ ଦ୍ରୁତଗାମୀ ଟ୍ରକ୍ ମୁହଁରୁ ଅଳ୍ପକେ ବର୍ତ୍ତିଥିଲେ। ସିରିଏଲ ଦୁର୍ଘଟଣା ସୂଚନା ପାଇ ବାଗପତ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ଲୋକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.