ଚିନ୍ତା ବଢାଇଲେଣି ବ୍ରିଟେନ୍‌ ଫେରନ୍ତା, ୨୦ଜଣଙ୍କ ଠାରେ କରୋନାର ନୂଆ ଷ୍ଟ୍ରେନ୍‌

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦।୧୨ : ଚିନ୍ତା ବଢାଇଲେଣି ବ୍ରିଟେନ୍‌ ଫେରନ୍ତା । ଗତକାଲି ୬ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆହୁରି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ବ୍ରିଟେନ୍‌ରୁ ଫେରିଥିବା ଲୋକଙ୍କ ମଧ୍ୟରେ ଏବେ ଯାଏଁ ୨୦ଜଣ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ଠାରେ ବିଟ୍ରେନ୍‌ରେ ଦେଖାଦେଉଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ର ଲକ୍ଷଣ ହିଛି । ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେଟ୍‌ କରାଯାଇଛି । ଏହାପୂର୍ବରୁ ମଙ୍ଗଳବାର ଦିନ ୬ଜଣ ବ୍ୟକ୍ତି ଏହି ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତ ହେବାର ଜଣାପଡିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

wp:html /wp:html

ବ୍ରିଟେନ୍‌ରେ ଦେଖାଦେଉଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଛି । ଯାହାପରେ ଭାରତରୁ ୟୁକେ ଯାଉଥିବା ସମସ୍ତ ବିମାନ ଉପରେ ରୋକ ଲଗାଯାଇଥିଲା । କିନ୍ତୁ ଏହି ସମୟରେ ଯେତେ ପରିମାଣ ଲୋକ ୟୁକେରୁ ଫେରିଛନ୍ତି । ସେମାନଙ୍କୁ କଡ଼ା ନଜର ରଖାଯାଇଛି । ଏବଂ ସମସ୍ତଙ୍କ ଟେଷ୍ଟ କରାଯିବ ବୋଲି ସରକାର କହିଛନ୍ତି । ତେବେ ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କର ଜେନମ୍ ସିକ୍ୱେସିଂ କରାଯାଉଛି । ଏହାପରେ କରୋନାର ନୂଆ ଷ୍ଟ୍ରେନ୍‌ ଥିବା ନେଇ ସ୍ପଷ୍ଟ ହେଉଛି ।

ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ମେରଠରେ ୨ ବର୍ଷର ଶିଶୁ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛନ୍ତି । ଶିଶୁର ପରିବାର କିଛି ଦିନ ତଳେ ବ୍ରିଟେନ୍‌ରୁ ଫେରିଥିଲେ । ଯାହାପରେ ଶିଶୁଙ୍କ ସମତେ ମାତା-ପିତାଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ, କିନ୍ତୁ ଶିଶୁ ଠାରେ ହିଁ କରୋନା ଭାଇରସର ନୂଆ ଷ୍ଟ୍ରେନ୍‌ ଦେଖାଦେଇଥିଲା । ତେବେ ବୁଧବାର ଦିନ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନ୍ରେ ସଂକ୍ରମିତଙ୍କ ତଥ୍ୟ ବେଙ୍ଗାଲୁରୁର, ପୁଣେ, ହାଇଦ୍ରାବାଦ ଲ୍ୟାବ୍‌ରୁ ମିଳିଛି । ବ୍ରିଟେନ୍‌ରୁ ଆରମ୍ଭ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍‌ ବର୍ତ୍ତମାନର କୋଭିଡ଼ ଭାଇରସ୍‌ ଠାରୁ ଅଧିକ ବିନାଶକାରୀ । ଭାରତକୁ ଗତ ଗୋଟିଏ ମାସ ମଧ୍ୟରେ ୩୦ହଜାର ଲୋକ ୟୁକେରୁ ଭାରତକୁ ଫେରିଛନ୍ତି । ଯେଉଁଥିରେ କି ୧୦୦ରୁ ଅଧିକ ଲୋକ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଆଇଲସୋଲେସନରେ ରଖାଯାଇଛି , ଏବଂ ସମସ୍ତଙ୍କ ଜିରୋମ୍ ସିକ୍ୟୁଏସିଙ୍ଗ କରାଯାଉଛି ।

wp:embed {"url":"http://www.prameyanews7.com/6-new-strain-in-britain-returnee/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/6-new-strain-in-britain-returnee/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.