Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଅଭିନବ ଶ୍ରଦ୍ଧାଞ୍ଜଳି: ବିରାଟ ପଡ଼ିଆରେ ୨୦ ହଜାର ଖାଲି ଚେୟାର, ପ୍ରତିଟି ଖାଲି ଆସନ ଜଣେ ଜଣେ ମୃତକଙ୍କ ପାଇଁ ଉତ୍ସର୍ଗ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

6/10/2020 at 6:04 PM

ନୂଆଦିଲ୍ଲୀ ୦୬/୧୦: ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଛି। ଯେଉଁଥିରେ ହଜାର ହଜାର  ଖାଲି ଚେୟାରକୁ ଗୋଟିଏ ପଡ଼ିଆରେ ରଖାଯାଇଛି। ଏବେ ଏ ଫଟୋକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏହା ସହ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଚେୟାର ସବୁ ଖାଲି କାହିଁକି ପଡ଼ିଛି। ତେବେ ଏ ଫଟୋ ଆମେରିକାର।

ଅର୍ଥାତ ଆମେରିକାରେ କରୋନାରେ ପ୍ରାଣ ହରାଇ ଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଏଭଳି ଭାବେ ଦିଆଯାଇଛି। ଗତ ଶନିବାର ଏଭଳି ଶ୍ରଦ୍ଧାଳି ସେମାନଙ୍କୁ ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତ ଚେୟାର ଖାଲି ରଖାଯାଇ ଥିଲା। ପ୍ରାୟ ୨୦ ହଜାର ଚେୟାରକୁ ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଖାଲି ରଖାଯାଇ ଥିଲା।

କରୋନା ପ୍ରଭାବିତ ଦେଶରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି। ଆମେରିକାରେ କରୋନା ଭାଇରସ ଯୋଗୁ ପ୍ରାୟ ଦୁଇ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ଏବେ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷରେ ପହଞ୍ଚିଛି। ଏହି ଦିନକୁ ନ୍ୟାସନାଲ ‘କୋଭିଡ -୧୯ ଡେ ଅଫ୍ ରିମେମବରନାନ୍ସ’ ଭାବେ ପାଳନ କରାଯାଇଛି।

ଫଟୋରେ ସମସ୍ତ ଚେୟାର ହ୍ବାଇଟ ହାଉସ ଦିଗକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗ୍ରାମି ପୁରସ୍କାର ବିଜେତା ଗାୟକ ଡିୟୋନ ବାରାବିକ ଏହି କାର୍ଯ୍ୟକ୍ରମ ଆୟୋଜନରେ ସାମିଲ ଥିଲେ। ଏହାକୁ ସେ ଭିଜୁଆଲ ଆର୍ଟ ଇନଷ୍ଟଲେସନ କହିଛନ୍ତି।

   Related Posts