୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା: ଗାଁ ବର୍ତ୍ତମାନ ପୁରୁଷ ଶୂନ୍ୟ

Published By : Prameya-News7 Bureau | August 24, 2020 IST

ସାନଖେମୁଣ୍ଡି୨୪|୮: ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା। ଦିଗପହଣ୍ଡି ବ୍ଳକ ଚୌଧୁରୀ  ଟିକରପଡ଼ା ଗାଁରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ ଏବଂ ଏନଫୋର୍ସମେଣ୍ଟ ସ୍କ୍ବାର୍ଡଙ୍କୁ  ଆକ୍ରମଣ ଅଭିଯୋଗରେ ଏମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି ପୁଲିସ୍‌। କେ.ନୂଆଗାଁ ଥାନାରେ ୨୦ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି। ତହସିଲଦାରଙ୍କ ଏତଲା କ୍ରମେ ଥାନା ମାମଲା ନଂ.୧୭୮/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇ ଆଇ ସି ମାଧବାନନ୍ଦ ନାୟକ ଜଣାଇଛନ୍ତି। ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇପଡ଼ିଥିବା ବେଳେ  ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଥାନା ଆଇ ଆଇ ସିଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସ ଫୋର୍ସ ଗାଁରେ ଫ୍ଲାଗ ମାର୍ଚ୍ଚ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.