Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କ୍ୟାବିନେଟ୍ ବୈଠକରେ ୨୦ ପ୍ରସ୍ତାବକୁ ମଞ୍ଜୁରି: ମହିଳା କର୍ମଚାରୀଙ୍କ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି

12/08/2020 at 6:36 PM

ଭୁବନେଶ୍ବର୧୨/୮:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେହି ସବୁ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ସେ କହିଛନ୍ତି କ୍ୟାବିନେଟ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଫ୍ୟାକ୍ଟ୍ରି ଆକ୍ଟ- ୧୯୫୮ରେ କିଛି ସଂଶୋଧନ ମଧ୍ୟ କରାଯାଇଛି । ଏହି ଆକ୍ଟରେ ୱର୍କିଂ ଆୱାରକୁ ୧୧୫ ଘଣ୍ଟା କରିବାକୁ ନିଷ୍ପତ୍ତି ନିଆଯାଇଛି ।ହାକୁ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ କରାଯାଇଛି । ଏହି ସ୍କିମ୫ବର୍ଷ କାମ କରିବ । ସରକାରୀ ଡାକ୍ତରଖାନାର ଉନ୍ନତି ପାଇଁ ଏହା ସହାୟକ ହେବ । ଏପିଡ଼େମିକ ଡିଜିଜ ଆକ୍ଟରେ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି । ନିୟମ ଉଲ୍ଲଙ୍ଘନରେ ୧ଲକ୍ଷ ଯାଏଁ ଜରିମାନା ଲାଗୁ କରାଯାଇପାରେ । ସହରାଞ୍ଚଳରେ ବସ୍ତିର ଉନ୍ନତି ପାଇଁ ମଧ୍ୟ ଅର୍ଥ ଖର୍ଚ୍ଚ ହେବ । ସହରାଞ୍ଚଳର ବସ୍ତିର ଉନ୍ନତି ପାଇଁ ଅର୍ଥ ଖର୍ଚ୍ଚ ହେବ ।

ମାହାଙ୍ଗାରେ ବୃହତ ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ପ୍ରକଳ୍ପ ପାଇଁ ୨୦୭ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ହୋଇଛି । ପ୍ରକଳ୍ପ ଯୋଗୁଁ ୨୧୧ଟି ଗ୍ରାମର ଲୋକେ ଉପକୃତ ହେବେ । ଏହାସହ ୩ ବର୍ଷ ଭିତରେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି । ବିଜେପୁର ମେଗା ଜଳ ପ୍ରକଳ୍ପକୁ ମଞ୍ଜୁରି ମିଳିଛି।  ମହିଳା କର୍ମଚାରୀଙ୍କ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି।

   Related Posts