ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ୨୦ ଜଣ, ମୁମ୍ବାଇରେ ପହଁଚିଲେ ତାଙ୍କ ପରିବାର
15/06/2020 at 3:49 PM

ମୁମ୍ବାଇ ୧୫/୦୬ : ସୁଶାନ୍ତ ସିଂହ ରାଜପୁତଙ୍କ ଅନ୍ତିମ ସଂସ୍କାରରେ ପରିବାର ତରଫରୁ ୮ ଜଣ ସାମିଲ ହେବେ | ସୁଶାନ୍ତଙ୍କ ବାପା ଏବଂ ଭଉଣୀ ଏବଂ ଆଉ କିଛି ସମ୍ପର୍କୀୟ ସ୍ମଶାନ ଯିବେ | ମୋଟ ୨୦ ଜଣଙ୍କୁ ସ୍ମଶାନ ଯିବାକୁ ଅନୁମତି ମିଳିଛି | ସୁଶାନ୍ତଙ୍କ ପରିବାର ତାଙ୍କ ଅନ୍ତିମ ସଂସ୍କାର ପାଟଣାରେ କରିବାକୁ ଚାହୁଁଥିଲେ | କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରଶାସନ ଅନୁମତି ଦେଇନାହିଁ | ସୁଶାନ୍ତ ସିଂହଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ତାଙ୍କ ଭିଣୋଉ ଓପି ସିଂହ ଜରୁରୀ କାଗଜପତ୍ରରେ ଦସ୍ତଖତ କରିଛନ୍ତି |