ରାଜ୍ୟରେ ୨୦ ପ୍ରତିଶତ କମ୍ ବର୍ଷା

Published By : Prameya-News7 Bureau | June 25, 2019 IST

ଭୁବନେଶ୍ବର ୨୫|୬: ମୌସୁମୀ ଆସିଲା, ଛୁଇଁଲା । ପୁଣି କୁଆଡ଼େ ଉଭାନ୍ ହୋଇଗଲା । ତିନି ଦିନ ଧରି ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ଯେଉଁ ଅନୁମାନ କରିଥିଲା ତାହା କିନ୍ତୁ ହେଲାନି । ମୌସୁମୀ ଛୁଇଁବାର ଦ୍ବିତୀୟ ଦିନରୁ ଟାଇଁ ଟାଇଁ ଖରା ଗରମ ଓ ଗୁଳୁଗୁଳି ମୌସୁମୀର ଉପସ୍ଥିତିକୁ ମଳିନ କରିଛି । ଆଜିବି ସମାନ ସ୍ଥିତି ଦେଖିବାକୁ ମିଳିଛି । ଏବେ ପାଣିପାଗ ବିଭାଗ କହୁଛି ୩ଦିନ ପରେ ପୁଣି ବର୍ଷା ହେବ । ଜୁନ୍ ଦ୍ବିତୀୟ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଏଁ । ହେଲେ ଏଥର ଚତୁର୍ଥ ସପ୍ତାହରେ ଆସିଲା ।  ଏବେ ପୁଣି ଲୁଚକାଳି ଖେଳୁଛି ମୌସୁମୀ । ୨୮ ତାରିଖରୁ ୩ ଦିନ ଯାଏଁ ସାରା ରାଜ୍ୟରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ୨୪ ତାରିଖ ସୁଦ୍ଧା ସାରା ଓଡିଶାରେ ୨୦ ପ୍ରତିଶତ କମ୍ ବର୍ଷା ହୋଇଛି । ଗଜପତିରେ ୬୩ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ରାୟଗଡାରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.