Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକରେ ଗୁଳିମାଡ଼ କରି ସୁନା ଓ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବରରୁ ଦିନକରେ ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ, ୧୩୪ ସୁସ୍ଥ
  • ||
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||

ସିଭିଲ୍ ସର୍ଭିସ୍‌ରେ ବାଜି ମାରିଲେ ଓଡିଆ : ୨୧ ଜଣ ସଫଳ, ଟପ୍ ଟେନ୍‌ରେ ୨ ଜଣ

4/08/2020 at 3:01 PM

ଭୁବନେଶ୍ବର ୪।୮: ୟୁପିଏସସି ପରିଚାଳିତ ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡିଆ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୋଟ୍ ୮୧୯ ଜଣ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଓଡିଶାରୁ ୨୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଅର୍ଥାତ୍ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ୨୧ ଜଣ ଓଡିଆ । ବଡ କଥାଟି ହେଲା ୨୦୧୯ ସିଭିଲ୍ ସର୍ଭିସ୍ ପରୀକ୍ଷା ରେଜଲ୍ଟରେ ଟପ୍ ଟେନ୍ ରେ ଦୁଇ ଜଣ ଓଡିଆ ରହିଛନ୍ତି । ଅଷ୍ଟମ ସ୍ଥାନରେ ଅଭିଷେକ ସରାଫ ଏବଂ ଦଶମ ସ୍ଥାନରେ ସଞ୍ଜିତା ମହାପାତ୍ର ରହିଛନ୍ତି । ପୂର୍ବରୁ ୨୦୧୭ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସଞ୍ଜିତା ।

ଅନ୍ୟ ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୦୭ତମ ସ୍ଥାନରେ ଅଂଶୁମାନ ରାଜ, ୧୨୦ତମ ସ୍ଥାନରେ ଅଛନ୍ତି ଅନୁପ ଦାସ, ୧୨୫ତମ ସ୍ଥାନରେ ନବଲ କୁମାର ଜୈନ, ୧୮୨ତମ ସ୍ଥାନରେ କୁମାର ବିଶ୍ବରଞ୍ଜନ, ୧୯୦ତମ ସ୍ଥାନରେ ଶୈଳଜା ଦାସ, ୨୦୨ତମ ସ୍ଥାନରେ ରାହୁଲ ମିଶ୍ର, ୨୨୫ତମ ସ୍ଥାନରେ ହେମା ନାୟକ, ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ତମ ସ୍ଥାନରେ ଆଶିଷ ଦାସ, ୨୯୪ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର, ୩୧୨ତମ ସ୍ଥାନରେ ଦିବ୍ୟା ମିଶ୍ର, ୩୬୧ତମ ସ୍ଥାନରେ ଅର୍ଘ୍ୟ ପଟ୍ଟନାୟକ, ୩୭୯ତମ ସ୍ଥାନରେ ଜୁବୀନ ମହାପାତ୍ର ରହିଛନ୍ତି ।

ସେହିପରି ୪୪୧ତମ ସ୍ଥାନରେ ରହିଛନ୍ତି ସମୀର କୁମାର ଜେନା, ୫୬୭ତମ ସ୍ଥାନରେ ମାନସ ରଞ୍ଜନ ସାହୁ, ୭୧୨ତମ ସ୍ଥାନରେ ଶିଭମ୍‌ ମିଶ୍ର, ୭୧୫ତମ ସ୍ଥାନରେ ଓମ୍‌ ପ୍ରସାଦ ମହାନ୍ତି, ୮୧୯ତମ ସ୍ଥାନରେ ବିଭୂତି ଭୂଷଣ ନାୟକ ରହିଛନ୍ତି।

   Related Posts