Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଶନି ଗ୍ରହ ସମ୍ପର୍କରେ ଆବିଷ୍କାର ହେଲା ନୂଆ ତଥ୍ୟ : ଆହୁରି ୨୦ଟି ନୂଆ ଉପଗ୍ରହ ହେଲା ଠାବ, ଉପଗ୍ରହର ନାମକରଣ ଲାଗି ଆରମ୍ଭ ହେଲା ପ୍ରତିଯୋଗୀତା…

9/10/2019 at 4:41 PM

ନୂଆଦିଲ୍ଲୀ ୯|୧୦: ଶନି ଗ୍ରହକୁ ନେଇ ଆସିଛି ବଡ଼ ଖବର । ସୌର ଜଗତର ଷଷ୍ଠ ଗ୍ରହ ତଥା ବୃହଷ୍ପତି ତୁଳନାରେ ଦ୍ବିତୀୟ ସର୍ବବୃହତ ଗ୍ରହ ହେଉଛି  ଶନି । ପୃଥିବୀ ଠାରୁ ଏହା କେବଳ ୯ ଗୁଣ ବଡ଼ ନୁହେଁ ବରଂ ବୃହଷ୍ପତି ଠାରୁ  ଅଧିକ ସଂଖ୍ୟାରେ ଉପଗ୍ରହ ମଧ୍ୟ ରହିଛନ୍ତି ଶନି ଚାରିପଟେ ।

ମହାକାଶ ବିଜ୍ଞାନୀଙ୍କର ଆଉ ଏକ ଆବିଷ୍କାର । ସୌର ଜଗତରେ ଆଉ ୨୦ଟି ନୂଆ ଉପଗ୍ରହକୁ ଖୋଜି ବାହାର କରିଛନ୍ତି ମହାକାଶ ବିଜ୍ଞାନୀ। ଶନିଗ୍ରହ ଚାରିପାଖେ ଏହି ଚନ୍ଦ୍ରଗୁଡ଼ିକ ଘୂରି ବୁଲୁଥିବା ପ୍ରକାଶ କରିଛି ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନୀ ସଂଘ । ପୂର୍ବରୁ ବୃହଷ୍ପତିର ଉପଗ୍ରହ ତାଲିକା ସର୍ବାଧିକ ଥିବା ବେଳେ ଏବେ ସେହି ରେକର୍ଡ ଶନିଗ୍ରହ ନାଁରେ ହୋଇଛି ।

ବୃହଷ୍ପତିର ୭୯ ଟି ଉପଗ୍ରହ ଥିଲା  ସେହିପରି ଶନି ଗ୍ରହର୬୨ଟି ଉପଗ୍ରହଥିଲା । କିନ୍ତୁ ଏବେ ୨୦ଟି ନୂଆ ଉପଗ୍ରହ ଆବିଷ୍କାର ହେବା ଫଳରେ ଏହି ସଂଖ୍ୟା ୮୨ରେ ପହଁଞ୍ଚିଛି । କିନ୍ତୁ ଶନି ଗ୍ରହ ଚାରିପଟେ ସମୁଦାୟ ୮୨ଟି ନୁହେଁ ବରଂ ୧୦୦ରୁ ଅଧିକ ଉପଗ୍ରହ ଥିବା ଅନୁମାନ କରାଯାଉଛି । ଏହି ଉପଗ୍ରହ ଗୁଡ଼ିକ ଶନିର ବିପରୀତ ଦିଗରେ ଘୁରୁଛନ୍ତି । କିନ୍ତୁ ମାତ୍ର ତିନଟି ଶନି ସହିତ ସମାନ୍ତରାଳ ଭାବେ ଘୂରୁଛନ୍ତି । ତେବେ ସମସ୍ତ ଉପଗ୍ରହର ନାମକରଣ ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇଛି । ବିଭିନ୍ନ ମହାକାଶ ବିଜ୍ଞାନୀ ଯେଉଁଥିରେ ଅଂଶ ଗ୍ରହଣ କରିଛନ୍ତି ।

ଆମେରିକାର ହାୱାଇନ ଦ୍ବୀପରେ ଲଗାଯାଇଥିବା ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହି ଉପଗ୍ରହ ଗୁଡ଼ିକର ଆବିଷ୍କାର ହୋଇଛି । ତେବେ ଅଧିକ ଚନ୍ଦ୍ର ଥିବା ନେଇ ଅଧିକ ଗବେଷଣା କରୁଛନ୍ତି ଆମେରିକାର ବୈଜ୍ଞାନିକ । ସେପଟେ ଚନ୍ଦ୍ର ସଂଖ୍ୟାକୁ ନେଇ କର୍ଣ୍ଣେଜୀ ଇଷ୍ଟିଚ୍ୟୁଟ୍‌ର ବୈଜ୍ଞାନିକ କହିଛନ୍ତି ଶନି ଚାରିପଟେ ଥିବା ବଡ଼ ଉପଗ୍ରହ ଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ନୂଆ ଉପଗ୍ରହ ସୃଷ୍ଟି ହୋଇଥାଇପାରେ ।

ଶନିଗ୍ରହ ଆମ ଭାରତୀୟଙ୍କ ଆସ୍ଥା ବିଶ୍ବାସ ଓ ଧର୍ମୀୟ ଭାବନା ସହ ଜଡ଼ିତ । ନବଗ୍ରହ ତାଲିକାରେ ଥିବା ଏହି ଗ୍ରହର ସ୍ଥିତିକୁ ନେଇ ଏକଦା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ପାଠବହିରେ ଅଧିକ ଉପଗ୍ରହ ଥିବା ତାଲିକାରେ ଶନି ହିଁ ସ୍ଥାନ ପାଇପାରେ।

   Related Posts