କରୋନା ମୁକ୍ତ ହେବା ପରେ ଜଗତସିଂହପୁରରେ ପୁଣି ୨୦ କୋଭିଡ-୧୯ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯୬କୁ ବୃଦ୍ଧି

Published By : Prameya-News7 Bureau | May 18, 2020 IST

ଜଗତସିଂହପୁର, ୧୮|୦୫: ରାଜ୍ୟରେ ପୁଣି ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଜଗତସିଂହପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।କରୋନା ମୁକ୍ତ ହେବା ପରେ ପୁଣି ଏଠାରେ ଆଉ ୨୦ଟି ନୂଆ ମାମଲା ସାମ୍ନାକୁ ଆସିଛି ।

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି । ରବିବାର ରାଜ୍ୟରେ ଆଉ୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମେ ୪୮ଟି ମାମଲା ଆସିଥିବା ବେଳେ ଅପରାହ୍ନରେ ୨୦ଟି ନୂଆ କେସ୍ ସାମ୍ନାକୁ ଆସିଛି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଛି ।

wp:html /wp:html

ସୋମବାର ଏବେସୁଦ୍ଧା ରାଜ୍ୟରେ ଆଉ ୬୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୯୬ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ୬୮ ସଂକ୍ରମିତଙ୍କ ମଧ୍ୟରୁ ଜଗତସିଂହପୁରରୁ ୨୦, ଯାଜପୁର ଜିଲ୍ଲାରୁ ୧୬ ଜଣ, ଗଞ୍ଜାମ ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୪ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ, ନୟାଗଡ ଜିଲ୍ଲାରୁ ୩ଜଣ, ବଲାଙ୍ଗୀରରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ପ୍ରଥମ ଥର ପାଇଁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ,କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

{"id":272014,"width":643,"height":651,"sizeSlug":"large"}

ପୂର୍ବରୁ ଜଗତସିଂହପୁରରେ ୫ଟି ମାମଲା ଥିବା ବେଳେ ଏବେ ଏହା ୨୫କୁ ବୃଦ୍ଧି ପାଇଛି । ତେବେ ପୂର୍ବରୁ ସମସ୍ତ ସଂକ୍ରମିତ ସୁସ୍ଥ ହୋଇସାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.