Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ମଇଦାନ ଛାଡିବାକୁ ପ୍ରସ୍ତୁତ ନାହାନ୍ତି କମଲନାଥ, ଖୋଜୁଛନ୍ତି ବିଜେପିର ଦୁର୍ବଳତା: ସେପଟେ ବିଦ୍ରୋହୀ କହିଲେ ଆମ ସଂଖ୍ୟା ଡବଲ୍

17/03/2020 at 8:23 PM

ଭୋପାଳ ୧୭।୦୩: ମଧ୍ୟ ପ୍ରଦେଶ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗୃହରେ ବହୁମତ ପରୀକ୍ଷଣ ମାମଲା ସୁପ୍ରିମକୋର୍ଟ ଯାଇ ପହଞ୍ଚିଛି। ବିଜେପି ଓ କଂଗ୍ରେସ ମଧ୍ୟରେ ବାକ୍ ଲଢେଇ ଜାରି ରହିଛି। ନିଜର ୧୬ ବିଧାୟକଙ୍କୁ ଅପହରଣ କରିଥିବା ବିଜେପି ଉପରେ ଆରୋପ ଲଗାଇଥିବା କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି। ପ୍ରଥମରୁ ୨୨ ବିଧାୟକ ଇସ୍ତଫା ଦେଇଥିବା ବେଳେ ଏବେ ଆହୁରି ୨୦ ଜଣ ବିଧାୟକ ବିଦ୍ରୋହୀ ବିଧାୟକଙ୍କ ସହିତ ଥିବା କୁହାଯାଇଛି। ଅନ୍ୟପଟେ କରୋନା କାରଣରୁ ବିଧାନସଭା ଅଧିବେଶନକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହି ସମୟରେ କଂଗ୍ରେସ ସରକାର ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି। ଦଳ ବିଜେପିର ଦୁର୍ବଳତା ଖୋଜୁଛି।

ଗୃହରେ ବହୁମତ ସାବ୍ୟସ୍ତ ମାମଲା ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛି। ବୁଧବାର ସକାଳ ୧୦ଟା ସୁଦ୍ଧା ଉତ୍ତର ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟମନ୍ତ୍ରୀ କମଲନାଥ ଓ ବାଚସ୍ପତିଙ୍କୁ ନୋଟିସ୍ ଜାରି କରିଛନ୍ତି। ଅନ୍ୟପଟେ ଗତକାଲି ବିଜେପି ରାଜ୍ୟପାଳଙ୍କ ସମ୍ମୁଖରେ ୧୦୬ ବିଧାୟକଙ୍କ ପରେଡ୍ କରାଇଛି। କଂଗ୍ରେସ ଛାଡିଥିବା ବିଦ୍ରୋହୀ ବିଧାୟକ ମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ତାଙ୍କ ସହ କଂଗ୍ରେସର ଆହୁରି ୨୦ ବିଧାୟକ ଅଛନ୍ତି। ଏସବୁ ମଧ୍ୟରେ ମଇଦାନ ଛାଡିବାକୁ ପ୍ରସ୍ତୁତ ନାହାନ୍ତି  କମଲନାଥ। ଦଳର ପୁରୁଖା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହିତ ସରକାର ଗଢିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି। ଏବେ ସଭିଙ୍କ ନଜର ସୁପ୍ରିମକୋର୍ଟ ଉପରେ ରହିଛି।

କଂଗ୍ରେସ ବିଜେପିର ବିଧାୟକଙ୍କୁ ନିଜ ସପକ୍ଷକୁ ଟାଣିବାକୁ ଉଦ୍ୟମ ଚଳାଇଛି। ଏହି କ୍ରମରେ ଗତକାଲି ଜଣେ ବିଜେପି ବିଧାୟକ କମଲନାଥଙ୍କୁ ଭେଟିବା ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି। କଂଗ୍ରେସ ଦାବି କରିଛି ଯେ, ବିଜେପିରେ ଥିବା କିଛି ଅସନ୍ତୁଷ୍ଟ ବିଧାୟକ ଆମ ଯୋଗାଯୋଗରେ ଅଛନ୍ତି। ଦଳ ବିଜେପିର ଦୁର୍ବଳତା ଖୋଜିବାରେ ଜୁଟି ଯାଇଛି। ଆମ ପାଖରେ ସଂଖ୍ୟା ଵଳ ରହିଛି। ଗୃହରେ ଆସ୍ଥା ଭୋଟରେ ବିଜୟୀ ହେବୁ ବୋଲି କଂଗ୍ରେସ ଦମ୍ଭୋକ୍ତି ପ୍ରକାଶ କରୁଛି।

ଅନ୍ୟପଟେ ବେଙ୍ଗାଲୁରୁରେ ପହଞ୍ଚି ଇସ୍ତଫା ଦେବା ପରେ ପ୍ରଥମ ଥର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ବିଦ୍ରୋହୀ ବିଧାୟକମାନେ କହିଛନ୍ତି ଯେ, ସେମାନେ ଯେ କୌଣସି ପରିଣାମ ପାଇଁ ପ୍ରସ୍ତୁତ। ଜ୍ୟୋତିରାଦିତ୍ୟ ସିନ୍ଧିଆ ଆମର ନେତ। ତାଙ୍କ ସହିତ ଆମେ ଅନେକ ବର୍ଷ ହେଲା ରାଜନୀତିରେ ଅଛୁ। ଆମେ କଂଗ୍ରେସରୁ ଇସ୍ତଫା ଦେଇଛୁ କିନ୍ତୁ ବିଜେପିରେ ଯୋଗ ଦେବା ନେଇ ଏ ଯାଏଁ ସ୍ଥିର କରିନୁ। ଯଦି କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ଆମେ ସୁରକ୍ଷା ମିଳେ ତେବେ ଆମେ ମଧ୍ୟପ୍ରଦେଶ ଯିବା କଥା ଚିନ୍ତା କରିବୁ ବୋଲି ଜଣେ ମହିଳା ବିଧାୟକ କହିଛନ୍ତି।

ସେ କହିଛନ୍ତି ଯେ, କଂଗ୍ରେସରେ ଆଭ୍ୟନ୍ତରୀଣ ବଢିବାରେ ଲାଗିଛି। ଆହୁରି ୨୦ ବିଧାୟକ ଆମ ସହିତ ଅଛନ୍ତି। କିନ୍ତୁ ସେମାନଙ୍କୁ ବନ୍ଦୀ କରି ରଖାଯାଇଛି। ଯଦି ସେମାନେ ଆମ ବିଦ୍ରୋହୀ ଗୋଷ୍ଠୀଙ୍କ ସହ ଥାନ୍ତେ ତେବେ କଂଗ୍ରେସର କମଲନାଥ ସରକାର କେବେଠୁ ଭାଙ୍ଗି ସାରିନ୍ତାଣି। ଆମର ବିଦ୍ରୋହୀ ବିଧାୟକ ଗୋଷ୍ଠୀଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ନାହିଁ।

ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମ୍ଭେ ମାନେ ଯେ କୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ। ଆମର ବିଶ୍ଵାସ ଜନତା ଆମ ସହିତ ଅଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜର ସମର୍ଥକ ୨୨ ବିଧାୟକଙ୍କ ସହିତ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଫଳରେ ୧୫ ମାସର କମଲନାଥ ସରକାର ଉପରେ ସଂପ୍ରତି ସରକାର ଭାଙ୍ଗିବାବର ବିପଦ ରହିଛି। ମାର୍ଚ୍ଚ ୧୧ରେ ସିନ୍ଧିଆ ବିଜେପିରେ ଯୋଗ ଦେଇଛନ୍ତି। ଦଳ ତାଙ୍କୁ ମଧ୍ୟ ପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ କରିଛି।

ବିଦ୍ରୋହୀ ବିଧାୟକ କହିଛନ୍ତି ଯେ, ଆମର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା ନାହିଁ, ତଥାପି ଆମେ ନିରବ ରହିଲୁ। କିନ୍ତୁ କମଲନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଆମ କଥା ଶୁଣିଲେ ନାହିଁ। ଆମ ବିଧାନସଭା କ୍ଷେତ୍ରର  ବିକାଶ ଲାଗି ସରକାରୀ ପାଣ୍ଠି ମିଳିଲାନି। ଯାହା ଆମକୁ ମର୍ମାହତ କରିଥିଲା ବୋଲି ଜଣେ ବିଦ୍ରୋହୀ ବିଧାୟକ କହିଛନ୍ତି।

   Related Posts