Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଚୌଦ୍ବାର ଗୋବିନ୍ଦପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା ; ୨୦ରୁ ଅଧିକ ଲୋକଙ୍କୁ ଉଠାଇନେଲା ପୋଲିସ

19/09/2018 at 10:32 AM

କଟକ ୧୯|୯: କଟକ ଜିଲ୍ଲା ଚୌଦ୍ବାର ଗୋବିନ୍ଦପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଗତକାଲି ରାତିରେ ପୋଲିସ ୨୦ରୁ ଅଧିକ ଲୋକଙ୍କୁ ଉଠାଇ ନେବା ସହିତ ଗାଁରେ ଫ୍ଲାଗମାର୍ଚ୍ଚ କରିଛି । ଗତ ରବିବାର ଜଣେ ମହିଳାଙ୍କୁ ଅଶ୍ଲିଳ ବ୍ୟବହାର କରିବାକୁ ନେଇ ଘଟିଥିଲା ଏହି ଗୋଷ୍ଠୀ ସଂଘର୍ଷ । ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ଯେଉଁଥିରେ ୯ରୁ ଅଧିକ ଲୋକ ଆହତ ହୋଇଥିଲେ । ଘଟଣା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଁ ପୁରୁଷ ଶୂନ୍ୟ ହୋଇଯାଇଥିଲା । ତେବେ ଗତକାଲି ରାତିରେ ଗାଁକୁ କିଛି ଲୋକ ଆସିଥିବା ଖବର ପାଇଁ ଚଢ଼ାଉ କରିଥିଲା ଟାଙ୍ଗୀ ଥାନା ପୋଲିସ । ରବିବାର ରାତିରେ ଗୋବିନ୍ଦପୁର ଗାଁ ମଝି ସାହିର ଝିଅ ବୋହୁ ଖୁଦୁରୁକୁଣୀ ପୂଜା କରୁଥିବା ବେଳେ ଗୋକୁଳପୁର କଂସାରୀ ସାହିର ଯୁବକ ସେହି ରାସ୍ତା ଦେଇ ଗଣେଶ ବିସର୍ଜନ ପାଇଁ ଯାଉଥିଲେ । ଝିଅ ବୋହୁଙ୍କୁ ଦେଖି ସେମାନେ ନାଚିବା ସହ ଅଶ୍ଳୀଳ କଥା ବାର୍ତ୍ତା କରିଥିଲେ । ଯାହାକୁ ବିରୋଧ କରିଥିଲେ ମଝିସାହିର ଲୋକେ । ଏହାକୁ ନେଇ ପ୍ରଥମେ ବଚସା, ପରେ କଂସାରୀ ସାହିର ଯୁବକ ମଝିସାହି ଲୋକଙ୍କୁ ଆକ୍ରମଣ କରିଥିଲେ । ୧୩ ଜଣ ଯୁବକଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା ।

   Related Posts