Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଅମର ହୋଇଗଲେ ଧନିଷ୍ଠା: ମା କୋଳରେ ଥିଲେ ମାତ୍ର ୨୦ ମାସ, ଏବେ ୫ ଜଣଙ୍କ ପାଇଁ ସେ ଜୀବନ

14/01/2021 at 4:07 PM

ନୂଆଦିଲ୍ଲୀ ୧୪/୦୧ : କୁହାଯାଏ ଦୁନିଆରେ ସବୁଠାରୁ ସତ କଥା ହେଉଛି ଜୀବନ-ମୃତ୍ୟୁ, ଆରମ୍ଭରେ ଶେଷ । ସେ କିନ୍ତୁ ବଦଳାଇ ଦେଲେ ସେହି ସତ୍ୟ । ଜୀବନ ପରେ ବି ଏକାଧିକ ଜୀବନରେ ସେ । ମୃତ୍ୟୁ ପରେ ବି ଜୀବନ । ଆମେ ଏଠି ଯାହା କଥା କହୁଛୁ ସେ ନିଶ୍ଚିତ ଭାବେ କୁନି ପିଲା କିନ୍ତୁ ତାଙ୍କ ଦାନ ମହାନ ଠାରୁ ଆହୁରି ମହାନ ।

ଆପଣ ଫଟୋରେ ଏହି ଛୋଟ ଝିଅଟିର ହସକୁ ଟିକେ ଦେଖନ୍ତୁ ।  କୁହାଯାଏ ଖୁସି ବାଣ୍ଟିଲେ ବଢ଼େ ଆଉ ଶିଶୁଟିଏ ଖୁସି ବାଣ୍ଟିବାକୁ ହିଁ ଧରାପୃଷ୍ଠକୁ ଆସିଥାଏ । ୨୦ ମାସର ଏହି ଛୋଟିଆ ଝିଅ ତାର ହସକୁ ଆଜି ୫ଜଣଙ୍କୁ ବାଣ୍ଟି ଦେଇଛି । ଦୁନିଆ ଛାଡ଼ିବା ପୂର୍ବରୁ ସେ ତାର ଜୀବନକୁ ଭାଗ ଭାଗ କରି ୫ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି । ଆଉ ସବୁଠାରୁ କମ୍ ବୟସର କ୍ୟାଡେଭର ଡୋନର୍ ( ପଞ୍ଚଟି ମୁଖ୍ୟ ଅଙ୍ଗ ଦାନ କରୁଥିବା ବ୍ୟକ୍ତି ) ହୋଇଯାଇଛନ୍ତି। ସେ ତାଙ୍କ ଶରୀରର ପଞ୍ଚଟି ଅଙ୍ଗ ଦାନ କରିଛନ୍ତି ।

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ନିଜ ମାତା-ପିତାଙ୍କ ସହିତ ଧନିଷ୍ଠା ରହୁଥିଲେ । ଜାନୁଆରୀ ୮ ତାରିଖରେ ସେ ନିଜ ଘରର ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲେ । ଏହାପରେ ସେ ବେହୋସ ହୋଇଯାଇଥିଲେ । ପରିବାର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଗଙ୍ଗାରାମ ହସ୍ପିଟାଲ୍‌କୁ ନେଇଯାଇଥିଲେ । ଡାକ୍ତର ତାଙ୍କୁ ହୋସ୍‌ରେ ଆଣିବାକୁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ସଫଳ ହୋଇନଥିଲେ ।

୧୧ ତାରଖରେ ଧନିଷ୍ଠାଙ୍କୁ ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଦେଇଥିଲେ । କେବଳ ମସ୍ତିଷ୍କକୁ ଛାଡ଼ି ତାଙ୍କର ସବୁ ଅଙ୍ଗ-ପ୍ରତ୍ୟଙ୍ଗ ଠିକ୍‌ରେ କାମ କରୁଥିଲା । ତେଣୁ ତାଙ୍କ ପିତା ଆଶିଷ୍ କୁମାର ଏବଂ ମାତା ବବିତା ତାଙ୍କର ଅଙ୍ଗକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଧନିଷ୍ଠାଙ୍କ ହାର୍ଟ, ଲିଭର୍‌, ଦୁଇ କିଡ୍‌ନୀ ଏବଂ ଆଖିର କିଛି ଅଂଶ ଗଙ୍ଗାରାମ ହସ୍ପିଟାଲ୍‌ର ଡାକ୍ତର ବାହାର କରି ପାଞ୍ଚ ଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ । ମରିବା ପରେ ମଧ୍ୟ ସେ ପାଞ୍ଚ ଜଣଙ୍କ ଶରୀରରେ ଆଜି ଜିବୀତ ରହିଛନ୍ତି ।

ଧନିଷ୍ଠାଙ୍କ ପିତା ଆଶିଷ କହିଛନ୍ତି ଯେ, ସେ ହସ୍ପଟାଲ୍‌ରେ ରହିବା ସମୟ ଭିତରେ ଅନେକ ରୋଗୀଙ୍କ ଅଙ୍ଗ ଆବଶ୍ୟକତାକୁ ଦେଖିଥିଲେ । ସେ ଧନିଷ୍ଠାଙ୍କୁ ତ ହରାଇ ସାରିଥିଲେ କିନ୍ତୁ କେବଳ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ନୁହେଁ ବରଂ କିଛି ଲୋକଙ୍କୁ ସେ ନୂଆ ଜୀବନ ଦେଇପାରିବ ବୋଲି ଆଶିଷ୍ କହିଥିଲେ ।

   Related Posts