ମନ୍ତ୍ରୀଙ୍କୁ ପ୍ଲାଜମା ଦାୟିତ୍ୱ, ୩୦ ଜିଲ୍ଲାରେ ସୁସ୍ଥ ହେଉଥିବା କୋଭିଡ୍ ସଂକ୍ରମିତଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବେ ୨୦ ମନ୍ତ୍ରୀ

Published By : Prameya-News7 Bureau | July 24, 2020 IST

ଭୁବନେଶ୍ୱର, ୨୪|୦୭: କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମା ସଞ୍ଜିବନୀ ଭଳି କାମ କରୁଛି । କରୋନାକୁ ମାତ୍ ଦେଇଥିବା ଆକ୍ରାନ୍ତଙ୍କଠାରୁ ପ୍ଲାଜମା ନିଆଯାଇ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ଯାହା ସଫଳ ମଧ୍ୟ ହେଉଛି । ତେବେ ଆରୋଗ୍ୟ ଲାଭ କରିଥିବା ଅନେକ ବ୍ୟକ୍ତି ପ୍ଲାଜମା ଦାନ କରିବାକୁ କୁଣ୍ଠାବୋଧ କରୁଛନ୍ତି । ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 ଲୋକଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦେବାକୁ ମନ୍ତ୍ରୀମାନେ କହିବେ ।  ବିଭିନ୍ନ ଜିଲ୍ଲା ଗସ୍ତ କରି ସେମାନେ ଲୋକଙ୍କୁ ଉତ୍ସାହିତ କରିବେ । ନିରଞ୍ଜନ ପୂଜାରୀଙ୍କୁ ପୁରୀ, ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମ, ସୁଦାମ ମାରାଣ୍ଡିଙ୍କୁ ସୋନପୁର, ଅରୁଣ ସାହୁଙ୍କୁ ନୟାଗଡ ଓ ଖୋର୍ଧା, ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରଗଡ, ଅଶୋକ ପଣ୍ଡାଙ୍କୁ ଅନୁଗୋଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ, କେନ୍ଦ୍ରାପଡା ଦାୟିତ୍ୱ ଦିଆଯାଇଛି ।

ସେହିପରି ସୁଶାନ୍ତ ସିଂଙ୍କୁ ବଲାଙ୍ଗିର ଓ ସମ୍ବଲପୁର, ନବ ଦାସଙ୍କୁ କଳାହାଣ୍ଡି ଓ ନୂଆପଡା, ଟୁକୁନି ସାହୁଙ୍କୁ ଦେବଗଡ ଓ ସୁନ୍ଦରଗଡ, ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର, ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ରଘୁନନ୍ଦନ ନାସଙ୍କୁ ନବରଙ୍ଗପୁର ଓ ଜଗତସିଂହପୁର, ପଦ୍ମିନୀ ଦିଆନଙ୍କୁ ରାୟଗଡା ଓ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ପ୍ରତାପ ଜେନାଙ୍କୁ ମୟୂରଭଞ୍ଜ ଓ କଟକ, ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡା ଓ ବୌଦ୍ଧର ଦାୟିତ୍ୱ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.